September 29, 2024

+୨ କଳା ପରୀକ୍ଷାରେ ଛାତ୍ରୀ ରଶ୍ମି ପଟ୍ଟନାୟକ ବୁଗୁଡ଼ା ବ୍ଲକ୍ ଟପ୍ପର

Share

ବୁଗୁଡ଼ା : ତା ୨୭/୦୫/୨୪ : ଚଳିତ ବର୍ଷର +୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବୁଗୁଡା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରଶ୍ମି ପଟ୍ଟନାୟକ ସର୍ବାଧିକ ୪୯୮ ନମ୍ବର ରଖୁ ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଅବସ୍ଥିତ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳାରେ ପରୀକ୍ଷା ଦେଇଥ‌ିବା ମୋଟ ୧୦୭୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩୩ ଜଣ ପାସ୍‌ ଏବଂ ୧୪୪ ଜଣ ଫେଲ୍ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୧୭ , ଦ୍ୱିତୀୟ ଶ୍ରେଣୀରେ ୧୪୧ ଓ ତୃତୀୟ ଶ୍ରେଣୀରେ ୬୭୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ପିପୁଲ୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୮ , ଦ୍ୱିତୀୟ ଶ୍ରେଣୀରେ ୪୦ ଓ ତୃତୀୟ ଶ୍ରେଣୀରେ ୧୭୨ଜଣ ପାସ୍ କରିଥିବା ବେଳେ ୭୪ ଜଣ ଫେଲ୍ ହୋଇଛନ୍ତି ଏବଂ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକବିଦ୍ୟାଳୟର ୨୦୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୩ , ଦ୍ୱିତୀୟ ଶ୍ରେଣୀରେ ୧୫ ଓ ତୃତୀୟ ଶ୍ରେଣୀରେ ୧୨୪ ଜଣ ପାସ୍ କରିଥିବା ବେଳେ ୩୯ ଜଣ ଫେଲ୍ ହୋଇଛନ୍ତି । ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୦ , ଦ୍ବିତୀୟ ଶ୍ରେଣୀରେ ୬୦ ଓ ତୃତୀୟ ଶ୍ରେଣୀରେ ୧୯୮ ଜଣ ପାସ୍ କରିଥିବା ବେଳେ ୧୪ ଜଣ ଫେଲ୍ ହୋଇଛନ୍ତି । ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭, ଦ୍ବିତୀୟ ଶ୍ରେଣୀରେ ୧୯ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ପାସ୍‌ କରିଥିବା ବେଳେ ୧୪ ଜଣ ଫେଲ୍ ହୋଇଛନ୍ତି । ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩, ଦ୍ୱିତୀୟ ଶ୍ରେଣୀରେ ୨ ଓ ତୃତୀୟ ଶ୍ରେଣୀରେ ୬୩ ଜଣ ପାସ୍ କରିଥିବା ବେଳେ ୩ ଜଣ ଫେଲ୍ କରିଛନ୍ତି । ଅହଲ୍ୟାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬ , ଦ୍ୱିତୀୟ ଶ୍ରେଣୀରେ ୫ ଓ ତୃତୀୟ ଶ୍ରେଣୀରେ ୨୭ ପାସ୍ କରିଥିବା ହେତୁ ପାସ୍‌ ହାର ଶତ ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ବୁଗୁଡ଼ା ବ୍ଲକର ପାସ୍ ହାର ୮୬.୬୨ % ରହିଥ‌ିବାଜଣାଯାଇଛି ।