June 29, 2024
Share

 

୧-IPL ଟ୍ରଫି ଜିତିଲା କୋଲକାତା, ଫାଇନାଲରେ ହାଇଦ୍ରାବାଦକୁ ହରାଇ ହାତେଇଲା ଟାଇଟଲ୍‌।

୨-ପ୍ରକାଶ ପାଇଲା +୨ ରେଜଲ୍ଟ, ଏକ ସଙ୍ଗେ ବାହାରିଲା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ଫଳ, କଳା, ବାଣିଜ୍ୟ, ବିଜ୍ଞାନରେ ପୁଅଙ୍କ ତୁଳନାରେ ଝିଅ ଆଗରେ।

୩-ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪.୪୫ ପ୍ରତିଶତ ମତଦାନ।

୪-ଭୁବନେଶ୍ୱର:ନିର୍ବାଚନ ନ ସରୁଣୁ କ୍ଷମତା ପାଇଁ ଅଙ୍କ କଷା, ତିନି ଦଳର ଦାବି ସରକାର କରିବେ।

୫-ଗୋଟିଏ ଦିନରେ ପ୍ରକାଶ ପାଇଲା ଉଭୟ ମାଟ୍ରିକ ଓ ପ୍ଲସ୍-ଟୁ ପରୀକ୍ଷାଫଳ । ମାଟ୍ରିକରେ ପାସ ହାର ୯୬.୦୭ ପ୍ରତିଶତ, ଖୋର୍ଦ୍ଧାରେ ସର୍ବାଧିକ।

୬-ମୟୁରଭଞ୍ଜରେ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର।

୭-ମାଟ୍ରିକ ରେଜଲ୍ଟ, ୨୯ରୁ ରିଚେକିଂ, ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ରେଜିଷ୍ଟ୍ରେସନ।

୮-ପୁରୀ ରଥ ଖଳା: ତିନି ରଥର ଅଖ କାମ ହେଲା ଅନୁକୂଳ।

୯-ଯାଜପୁର, ରଥିଆ ଛକ: ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ,ଜଣେ ମୃତ,୨ ଜଣ ଗୁରୁତର।

୧୦-ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ, ତାଙ୍କ ବିରୋଧରେ ଲାଗିଛି ୧୬ଟି ଦଫା।

୧୧-କମର୍ଦ୍ଦା:ଫ୍ଲlୟିଂ ସ୍କ୍ୱାଡ଼ ହାତରେ ଧରା ପଡିଲେ ୨ ଯୁବକ, ଜବତ ହେଲା ୬ ଲକ୍ଷ ଟଙ୍କା।

୧୨-୨୯ରେ ବାଲେଶ୍ବର-ଭଦ୍ରକରେ ଖଡ୍‌ଗେଙ୍କ କାର୍ଯ୍ୟକ୍ରମ, ୩୦ରେ ରାହୁଲଙ୍କ ସିମୁଳିଆରେ ବୈଠକ।

୧୩-ନୟାଗଡ଼ ଜିଲା ବାଣୀଗୋଛା ଥାନା କଣପାଜୁ ଗାଁରେ ଅଭାବନୀୟ ଘଟଣା, ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତୀଙ୍କ ଜୀବନ।

୧୪-ଅସ୍ତରଙ୍ଗରେ ଆଉ ଏକ ନୂତନ ମାଛଧରା ବନ୍ଦର ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି।

୧୫-ବାତ୍ୟା ରେମାଲ ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ।

୧୬-ଲ୍ୟାଣ୍ଡଫଲ କଲା ଝଡ ରେମାଲ, ବାଂଲାଦେଶରେ ୮ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ।

୧୭-ଆଇପିଏଲ ୨୦୨୪: ବିରାଟ କୋହଲି ଅରେଞ୍ଜ କ୍ୟାପ୍ ଓ ହର୍ଷଲ ପଟେଲ୍ ପରପଲ୍ କ୍ୟାପ୍ ୱିନର, ଇତିହାସ ରଚିଲେ କୋହଲି।

୧୮-ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ। ଦଶମ ଶ୍ରେଣୀ ପିଲା ବି କରିପାରିବେ ଆବେଦନ।

୧୯-ମହାରାଷ୍ଟ୍ରର ନାସିକ:ଆୟକର ଚଢ଼ାଉ, ସୁନା ଦୋକାନରୁ ନଗଦ ୨୬ କୋଟ ଟଙ୍କା ଜବତ।

୨୦-ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ୍‌ ମନା; ଟ୍ରଷ୍ଟ ପକ୍ଷରୁ ନିୟମ ଲାଗୁ।

୨୧-ନୂଆ ଦିଲ୍ଲୀ,ବିବେକ ବିହାର: ଘରୋଇ ଶିଶୁ ହସ୍ପିଟାଲରେ ନିଆଁ,୭ ଶିଶୁ ମୃତ।

୨୨-ଦୀପା କର୍ମକାର ରଚିଲେ ଇତିହାସ, ଏସିୟ ସିନିୟର ଚାମ୍ପିୟନସିପ୍ ରେ ଜିତିଲେ ସୁନା।

୨୩-ଭାରତୀୟ ଚଳଚ୍ଚିତ୍ର ନିର୍ମାତା ପାୟଲ କାପାଡିଆ କାନ୍ସରେ ଜିତିଲେ ଗ୍ରାଣ୍ଡପ୍ରି ପୁରସ୍କାର।