June 29, 2024

ସଙ୍କଟ ମୋଚନ ଶ୍ରୀ ହନୁମାନ ପ୍ରତିଷ୍ଟା ର ପ୍ରଥମ ବାର୍ଷିକ ଉତ୍ସବ ….

Share

 

 

 

ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ସଙ୍କଟ ମୋଚନ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହେଉଛି l ଏହି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି l

ଶୁକ୍ରବାର ଅଙ୍କୁରାରୋପଣ, ଶନିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରାରେ ଗ୍ରାମ୍ୟ ମହିଳା ମାନେ ଯୋଗ ଦେଇ ଥିଲେ l
ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଘୃତ ଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଆୟୋଜିତ ହେଉଛି l ସୁନ୍ଦର ଆଲୋକ ସୁସଜିତ ସହ ଛୋଟ ଛୋଟ ପସରା ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଗ୍ରାମଟି ଉତ୍ସବମୁଖରିତ ହୋଇ ଉଠିଛି l ପଣ୍ଡିତ ଙ୍କ ଦେବ ମନ୍ତ୍ର ଧ୍ୱନି ରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି l(ପ୍ରଦୀପ କୁମାର ପଣ୍ଡା)