March 11, 2026

ଅନନ୍ତେଇରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଆରମ୍ଭ

IMG-20230527-WA0025
Share

ଅନନ୍ତେଇରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଆରମ୍ଭ

କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଖେଳ ପଡ଼ିଆରେ ଗତକାଲି ପୂର୍ବାହ୍ନରେ ୧୧ଟା ସମୟରେ ମାଁ ମହୁରୀ କାଳୁଆ କ୍ରିକେଟ କ୍ଳବ ତରଫରୁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ କୁକୁଡ଼ାଖଣ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ମୁଖ୍ୟବକ୍ତା ଭାବେ ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ଉପସଭାପତି କୈଳାଶ ବିଷୋୟୀ , ସ୍ଥାନୀୟ ସରପଞ୍ଚ ପୁର୍ଣ୍ଣବାସୀ ବିଶ୍ବାଳ,ସମିତି ସଭ୍ୟା ନିରୁପମା ପାତ୍ର, ସରପଞ୍ଚ ପ୍ରତିନିଧି କାମେଶ୍ୱର ବିଶ୍ୱାଳ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ଖେଳାଳି ମାନଙ୍କ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବରେ ଖେଳିବା ପାଇଁ ଅତିଥି ମାନ ପରାମର୍ଶ ଦେଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିମ ମଧ୍ୟରେ ଖେଳିବେ ଏହି ମ୍ୟାଚରେ ମଧ୍ୟରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି । ଲିଙ୍କନ ପାତ୍ରଙ୍କ ସମେତ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ