March 10, 2026

ବିଦ୍ୟାଧରପୁର ଜଳସେଚନ ବିଭାଗ ଘର ଜବରଦଖଲ

IMG-20230527-WA0014
Share

 

କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଦ୍ୟାଧରପୁର କେନାଲ ଡିଭିଜନର ନିର୍ମିତ କର୍ମଚାରୀଙ୍କ ଗୃହ ଗୁଡିକ ଏବେ ଜବର ଦଖଲ ହୋଇ ରହିଛି । ଯାହାକୁ ନେଇ ପ୍ରଶ୍ନ ଉଠୁଥ‌ିବାବେଳେ ବିଭାଗ ଅଧିକାରିଙ୍କର ଦୃଷ୍ଟି ପଡୁନାହିଁ । ଜଳସେଚନ ବିଭାଗ ଅଧୀନରେ ଥ‌ିବା ଜମିଗୁଡିକ ଓ କଲୋନି ଗୃହ ଗୁଡିକ ଜବରଦଖଲ ବୃଦ୍ଧି ପାଇଥିବାବେଳେ ପୁରୁଣା ଘର ଗୁଡିକୁ ଦିନ ଦିପ୍ରହରରେ ଭାଙ୍ଗି ଆଜବେଷ୍ଟ, କାଠ ଓ କାନ୍ଥ ରେ ଲାଗିଥ‌ିବା ମାଙ୍କଡା କୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ ମଧ୍ୟ ପ୍ରଶାସନ ଚୁପ ରହିଛି। ଯାହାକି ସରକାର କା ମାଲ୍ ଦରିଆ ମେ ଡାଲ୍ ସଦୃଶ୍ୟ ହେଉଛି | ଅନ୍ୟ ପକ୍ଷରେ କର୍ମଚାରୀଙ୍କ ପାଇଁ କରାଯାଇଥିବା ନୁତନ ଗୃହ ଗୁଡିକ ଜବର ଦଖଲ ହୋଇ ରହିଥ‌ିବାବେଳେ ଆଉ କିଛି ଜଳ ସେଚନ ବିଭାଗର କର୍ମଚାରୀଙ୍କ ନାମରେ ଦର୍ଶାଯାଇ ଭଡାରେ ଗାଲିଛି। ଯାହାକୁ ନେଇ ଆଗାମୀ ଦିନରେ ଭାଡାରେ ରହିଥିବାଲୋକମାନଙ୍କ ମଧ୍ୟରେ କୌଣସି ଅଘଟଣ ଘଟିଲେ ବିଭାଗ ଦାୟି ହେବା ନେଇ କୁହାଯାଉଛି। ବିଭାଗୀୟ ଅଧିକାରୀ ଏଥ୍ୟପ୍ରତି ଦୃଷ୍ଟି ଦେଇ ପଦକ୍ଷପ ନବାକୁ ଦାବି ହୋଇଛି।

( ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ )