April 28, 2025

ଅବସରପ୍ରାପ୍ତ କର୍ମଚାରୀ କୃଷ୍ଣଚନ୍ଦ୍ର ନାୟକଙ୍କର ପରଲୋକ

Share

 

ସମ୍ବଲପୁର,୨୬।୪

ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୁର୍ବତନ କର୍ମଚାରୀ କୃଷ୍ଣଚନ୍ଦ୍ର ନାୟକଙ୍କର ରବିବାର ୮୫ ବର୍ଷ ବୟସରେ ତାଙ୍କ ଗୋପାଲମାଲ ବାସଭବନରେ ପରଲୋକ ହୋଇଯାଇଛି । କିଛି ଦିନ ପୁର୍ବରୁ ଅସୁସ୍ଥତା କାରଣରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବା ପରେ ଗତ କାଲି ତାଙ୍କୁ ଘରକୁ ଅଣାଯାଇଥିଲା । ଆଜି ସକାଳ ୧୦ ଟାରେ ତାଙ୍କର ପରଲୋକ ହୋଇଯାଇଥିଲା । ପରଲୋକ ସମୟରେ ତାଙ୍କର ଧର୍ମପତ୍ନି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଧାମୟୀ ପାଣିଗ୍ରାହୀ, ପୁଅ ବିଶ୍ୱଜିତ ନାୟକ ବହୁ ପ୍ରଣତି ପୁରୋହିତ ଏବଂ ଝିଅ ସ୍ବସ୍ତିକା ନାୟକ ଉପସ୍ଥିତ ରହିଥିଲେ । ପରଲୋକ ଖବର ପାଇ ବଡଝିଅ ସ୍ବପ୍ନିତା ନାୟକ ବ୍ରହ୍ବପୁରରୁ ସମ୍ବଲପୁର ପହଞ୍ଚି ସାରିଥିବା ବେଳେ ସାନ ଝିଅ ସ୍ବାଗତିକା ହାଇଦ୍ରାବାଦରୁ ଫେରିବା ପରେ ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ପରଲୋକ ପରେ ସମ୍ପର୍କୀୟ ଏବଂ ବନ୍ଧୁ ପରିଜନ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । ସେ ଜଣେ ମିଷ୍ଠ ଭାଷୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚତ ରହିଥିଲେ ।