ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ପକ୍ଷରୁ ସମୂହ ଦୀପଦାନ l

ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ଘର ବ୍ୟବସାୟୀ ସଂଘର ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାଶ୍ମୀର ର ପହଲା ଗ୍ରାମ ଠାରେ ଆତଙ୍କବାଦୀଙ୍କ ଗୁଲିର ଶିକାର ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ପାଇଁ ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଅରୁଣ କୁମାର ପଟ୍ଟନାୟକ ଓ ସମ୍ପାଦକ ମନୋଜ କୁମାର ରଥଙ୍କ ସହିତ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଏହି ଦୀପଦାନ କୁ ତ୍ୱରାନ୍ୱିତ କରିଥିଲେ l ସହସମ୍ପାଦକ ମହେଶ୍ୱର ମହାନ୍ତି ଓ ସଂଗଠକ ସମ୍ପାଦକ ବନମାଳୀ ସାହୁ, ପ୍ରହଲ୍ଲାଦ ସାହୁ, ନକୁଳମଣୀ ବେହେରା, ରାଜେଶ କୁମାର ନନ୍ଦ, ବୁବୁନ ବାରିକ, ବାଦଲ ଦଳାଇ, ସୁବ୍ରତ କୁମାର ବିଶ୍ୱାଳ, ନୀଳକଣ୍ଠ ଭୋଇ, ଶ୍ୟାମସୁନ୍ଦର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ