ଆଜିର ଖବର…

୧-ମେ’ ୧୫ ରୁ ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ।
୨-ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ, ଦେଶ ଛାଡ଼ିବାକୁ ଦିଆଗଲା ନୋଟିସ୍।
୩-ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି, ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା।
୪-ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି।
୫-କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ଆଇପିଏସ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର।
୬-ଭୁବନେଶ୍ୱର:କେବେ ସ୍ବାଭାବିକ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ , ପୁଲିସ୍ ଛାଉଣୀରେ କ୍ୟାମ୍ପସ୍, ଧାରଣା ଜାରି।
୭-ସାଲେପୁରର ନାଳିଆମୁହଁ ଛକ ନିକଟରେ ଦୁଇ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ।
୮-ତେଜିଲା ଯାତ୍ରା କଳାକାର- ପରିଚାଳକ ବିବାଦ, ପୁଣି ବାପିଙ୍କୁ ଟାର୍ଗେଟ କଲେ ଜଗତ ଜୀବନ ପଣ୍ଡା।
୯-କିସ୍ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ।
୧୦-The Future Innovators: Robots & IoT Bootcamp 2025, ଅଷ୍ଟମରୁ ଦ୍ବାଦଶ ଛାତ୍ରଛାତ୍ରୀମାନେ ଜଲଦି ରେଜିଷ୍ଟ୍ରେସନ୍ କରନ୍ତୁ:
https://mechanical.kiit.ac.in/iotr-bootcamp/, ଯୋଗାଯୋଗ କରନ୍ତୁ:9861444036/8984358186
୧୧-ବୀରମିତ୍ରପୁର: ଗଛକୁ ପିଟିବା ପରେ ସ୍କର୍ପିଓ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ।
୧୨-ରେକର୍ଡ କଲା ଗହୀରମଥା,୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେଣି ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ।
୧୩-ଏ.ଆର. ରହମାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ଗୀତ ଚୋରି ପାଇଁ ଲାଗିଲା ୨ କୋଟି ଟଙ୍କାର ଜରିମନା
୧୪-କୋଲକାତା: IPLରେ ପ୍ରଭସିମ୍ରନ,ପ୍ରିୟାଂଶଙ୍କ ଅର୍ଦ୍ଧଶତକ ପରେ ବର୍ଷା, ମ୍ୟାଚ୍ ବାତିଲ।
୧୫-ମୁମ୍ବାଇ/ଦିଲ୍ଲୀ:IPLରେ ଆଜି ଯୁଗଳ ଲଢେ଼ଇ, ପ୍ରତିଶୋଧ ଲକ୍ଷ୍ୟରେ ମୁମ୍ବାଇ ଓ ବେଙ୍ଗାଳୁରୁ।
୧୬-ନୂଆଦିଲ୍ଲୀ: ଜମ୍ମୁ-କାଶ୍ମିରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ଜାରି-ହିଜବୁଲ ମୁଜାହିଦ୍ଦିନ, ଏଲଇଟି, ଜେଇଏମ୍ ପାଇଁ କାର୍ଯ୍ୟ କରୁଥିଲେ।
୧୭-ଭାରତୀୟ ବୋହୁ ନା ପାକିସ୍ତାନୀ ଝିଅ! ଭିସା ଅଡୁଆରେ ବିବାଦୀୟ ବୋହୁ ସୀମା ହାଇଦର।
୧୮-ଆତଙ୍କୀ ବିରୋଧୀ ଅଭିଯାନ କାର୍ଯ୍ୟକ୍ରମର ପ୍ରସାରଣ ଉପରେ କଟକଣା ଜାରି କଲେ ସରକାର।
୧୯-‘ଭାରତ କାହା ସହ ଲାଗେ ନାହିଁ , ତା’ସହ ଲାଗିଲେ ଛାଡ଼େନାହିଁ ’, ପହଲଗାମ୍ ଆକ୍ରମଣ ପରେ ଚେତାବନୀ ଦେଲେ ଯୋଗୀ ଆଦିତ୍ୟନାଥ।
୨୦-ଇରାନରେ ବଡ଼ ଧରଣର ବିସ୍ଫୋରଣ, ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ।
*🙏 ସୁପ୍ରଭାତ 🙏*