ବୁଗୁଡ଼ା ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସ , ବିଶ୍ରାମରେ ପଞ୍ଚ ଠାକୁରାଣୀ
ବୁଗୁଡ଼ା : ତା ୨୭/୦୪/୨୩ : ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରାର ପ୍ରଥମ ଦିବସରେ ଆମନ୍ତ୍ରିତ ହୋଇ ମା ମାଉଁଦେଈ , ମା ମାଳିଝୋଳା , ମା ନାରାୟଣୀ , ମା ବୁଢୀ ଠାକୁରାଣୀ ଓ ମା ବ୍ଯାଘ୍ରଦେବୀ ଆଦି ପଞ୍ଚ ଠାକୁରାଣୀ ବଡଦାଣ୍ଡସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ଆଜିର ଦ୍ବିତୀୟ ଦିବସକୁ ବିଶ୍ରାମ ଦିବସ ରୂପେ ଗ୍ରହଣ କରାଯାଇଛି । ଏ ଅବସରରେ ପୁରୋହିତ ନାରାୟଣ ଦାଶ , ବିଭୁତି ଭୂଷଣ ତ୍ରିପାଠୀ , ମନୋଜ କୁମାର ଦାଶ , ଦିଲ୍ଲୀପ କୁମାର ଦେବତା ଓ ଶିଶିର କୁମାର ମିଶ୍ରଙ୍କ ଦ୍ଵାରା ବୈଦିକ ରୀତିନୀତି ପ୍ରକାରେ ମଣ୍ଡଳ ପୂଜା , ସାଲା ଓ ପୀଠ ସଂସ୍କାର , ଷୋଡଶୋପଚାର ପୂଜା , ଚଣ୍ଡୀ ପାଠ , ମୂର୍ତ୍ତି ଜୀବନ୍ୟାସ , ଅଗ୍ନି ସଂସ୍କାର , ପୂଜା , ଆଳତି ଇତ୍ୟାଦି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଓ କର୍ତ୍ତ୍ରୀ ରୂପେ ଯଥାକ୍ରମେ ରବିନ୍ଦ୍ର ନାଥ ପଣ୍ଡା ଓ ରତ୍ନ ମଞ୍ଜରୀ ପଣ୍ଡା ଦାୟିତ୍ବ ନିର୍ବାହ କରିଥିଲେ । ସନ୍ଧ୍ୟା ସମୟରେ ପଞ୍ଚ ଠାକୁରାଣୀଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।
ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି