ବୋରିଗାଁରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଇକସ ଆଇ ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଅଛି । ଏହି ଶିବିରରେ ପରଳ ଓ ଅନ୍ଯାନ୍ଯ ଚକ୍ଷୁ ଜନିତ ରୋଗର ପରିକ୍ଷା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବୋରିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଇକସ ଆଇ ହସ୍ପିଟାଲ୍ ତରଫରୁ ନୂତନ ଜ୍ଞାନ କୌଶଳ ସହିତ ଏକ ଚଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପରୋଳ ଅପରେସନ ପାଇଁ ୮ଜଣ ଇକସ ଆଇ ହସ୍ପିଟାଲ କୁ ଗଲେ। ୧୬ଜଣ ଆଖିର ପରୀକ୍ଷା କରି ସୁଲଭ ଦରରେ ଚଷମା ପାଇଲେ। ଅନ୍ୟାନ୍ୟ ୧୬ଜଣ ନିଜର ଆଖିର ପରୀକ୍ଷା କରି ମାଗଣାରେ ଔଷଧ ପାଇପାରିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମସ୍ତ ସଦସ୍ଯ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ