ରାସୋଳ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତ ସ୍ଥିତ ରାସୋଳଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରାସୋଳର ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝରଣା ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ମୁଖ୍ୟ ବକ୍ତା ଭାବେ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସଂମ୍ମାନିତ ଅତିଥିଭାବେ ସମିତିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ରାସୋଳ ଗ୍ରାମ୍ୟ କମିଟିର ସଭାପତି ପ୍ରଦୀପ କୁମାର ପାଲଟାସିଂହ, ସାନପଦର କ୍ଲଷ୍ଟରର ସିଆରସିସି ପ୍ରମୋଦ କୁମାର ଦାସ,ସମ୍ପାଦକ ଗଙ୍ଗାଧର ଦଳେଇ,ବିଦ୍ୟାଳୟ ପଞ୍ଚଶଖା ଶିକ୍ଷାସେତୁ ର ସଭାପତି ରାମଚନ୍ଦ୍ର ମହଲା, ସମାଜସେବୀ ବିଶ୍ୱନାଥ ବଳିୟାରସିଂହ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହୃଷିକେଶ ପରିଡା, ୱାର୍ଡ ସଭ୍ୟ ବାଳକୃଷ୍ଣ ସାହୁ ଯୋଗଦେଇଥିଲେ l ମା କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ କୁମାର ଚୌଧୁରୀ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ବଳରେ ହିଁ ସଫଳତା ମିଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷା ସହିତ ଶାରୀରିକ ଶିକ୍ଷାର ଯଥେଷ୍ଟ ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ l ପ୍ରଧାନ ଶିକ୍ଷୟତ୍ରୀ ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ ,ଗଙ୍ଗାଧର ବେହେରା ଶିକ୍ଷୟିତ୍ରୀ ସୁଷମା ଦେଇଙ୍କ ସମେତ କର୍ମଚାରୀମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ ରାମ ନାଟକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପରିଶେଷରେ ଅତିଥିମାନଙ୍କ ଦ୍ଵାରା ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l
ରିପୋର୍ଟ-ମାନସ ରଂଜନ କର।