March 30, 2025

ବଜରଙ୍ଗ ଦଳ ପକ୍ଷରୁ ରାମ ନବମୀ ପାଇଁ ପ୍ରସ୍ତୁତି ବୈଠକ 

Share

 

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ବଜରଙ୍ଗ ପ୍ରଖଣ୍ଡ ଅନ୍ତର୍ଗତ ସଂପୁର (ଖଣ୍ଡ) ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାମ ନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବୋଲଗଡ଼ ବଜରଙ୍ଗ ପ୍ରଖଣ୍ଡର ବରିଷ୍ଠ ସଦସ୍ୟ ମୁକେଶ ସାମନ୍ତରାୟ ସଭାପତିତ୍ୱରେ

ସଂପୁର ଖଣ୍ଡର ସଦସ୍ୟ ଲୁଲୁ ମିଶ୍ର, ସତ୍ୟ ବ୍ରତ ଦାସ,ପ୍ରିୟବ୍ରତ ଦାସ, ବାପି ସାଥୁଆ ସମେତ ବୋଲଗଡ ବଜରଙ୍ଗ ପ୍ରଖଣ୍ଡର ସଦସ୍ୟ ଓ ସଂପୁର ଖଣ୍ଡର ପ୍ରତି ସାହିରୁ ସଦସ୍ୟ ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ରାମ ନବମୀ ଉତ୍ସବକୁ ମହା ଆଡମ୍ବରସହକାରେ ସହିତ ଶାନ୍ତି ଶୃଙ୍ଖଳା ରେ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।