March 30, 2025

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ର ହିତାଧିକାରୀ ଆବେଦନ ପ୍ରକ୍ରିୟା ଜାରି : ଏପଟେ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ 

Share

 

 

କେନ୍ଦୁଝର ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ର ହିତାଧିକାରୀ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ସେହି ପଞ୍ଚାୟତର ରାଧାପୁର ଗ୍ରାମର ୫ ଜଣ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ଙ୍କୁ ସାକ୍ଷାତ କରିଛନ୍ତି l ଏହା ପୂର୍ବରୁ ମଧ୍ୟ୍ୟ ଏହି ହିତାଧିକାରୀ ମାନେ ୨ ଥର ଆସିଥିଲେ, ତାଙ୍କୁ ତୁରନ୍ତ ଆବେଦନ ପ୍ରକ୍ରିୟାରେ ସଂଯୋଗ କରା ହେବ ବୋଲି ଆଶ୍ୱାସନା ଦେଇଥିଲେ ବିଡ଼ିଓ ରଣଜିତ ମହାନ୍ତ l ହେଲେ ସେହି ପଞ୍ଚାୟତର ଘର ସର୍ଭେ ଦାଇତ୍ୱରେ କରୁଥିବା ଜେଇ ଉତ୍କଳ କେଶରୀ ବେହେରା ଘର ସର୍ଭେ ନ କରୁଥିବା ଜଣାପଡ଼ୁଛି ଯିଏ ବିଡ଼ିଓଙ୍କ କଥା କୁ ଶୁଣୁନାହାନ୍ତି ସେ ଗରିବ ଲୋକ କଥା କ’ଣ ଶୁଣୁଥିବେ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । ପୁଣି ଆଜି ହିତାଧିକାରୀ ମାନେ ବ୍ଳକ କୁ ଆସି ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି l ତାଙ୍କ କହିବା ଅନୁଯାଇ ପଞ୍ଚାୟତର ଅନ୍ୟ ଗାଁ ଗୁଡିକରେ ଆବେଦନ ପ୍ରକ୍ରିୟା ଚାଲୁଛି ହେଲେ ରାଧାପୁର ଗ୍ରାମରେ ଏ ପ୍ରାର୍ଯ୍ୟନ୍ତ କୌଣସି ଘର ସର୍ଭେ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି l ଏଠାରେ ପ୍ରଶ୍ନ ଉଠୁଛି ଯେ ବ୍ଲକ ର ମୁଖ୍ୟ ପଞ୍ଚାୟତ ରେ ଏପରି ଅବସ୍ଥା କରୁଥିବା ଜେଇ, ପିଓ, ଜିଆରଏସ ମାନେ, ହେଲେ ଅନ୍ୟ ୧୯ ଗ୍ରାମ ପଞ୍ଚାୟତ ର ଅବସ୍ଥା କିପରି ଚାଲୁଥିବ ଏଥିରୁ ଅଣୁମେୟ ହେଉଛି l ରାଧାପୁର ଗ୍ରାମକୁ ତୁରନ୍ତ ଆବେଦନ ପ୍ରକ୍ରିୟାରେ ସଂଯୋଗି କରଣ କରା ଯାଉ ବୋଲି ଦାବି ହେଉଛି l