ଆଜିର ଖବର..

୧-କଟକ: ଦ୍ବନ୍ଦ ବଢ଼ାଇଲା ଉଚ୍ଚ ଶିକ୍ଷା ବିଜ୍ଞାପନ,୨୮ ବର୍ଷ ବୟସ ପରେ ସାଧାରଣବର୍ଗଙ୍କୁ ବିଏଡ୍ ପଢ଼ିବା ମନା। ସଂରକ୍ଷିତ ଓ ମହିଳା ବର୍ଗଙ୍କ ପାଇଁ ରହିଛି ୩୩ ବର୍ଷ।
୨-ଭୁବନେଶ୍ୱର:ଆଜି କଂଗ୍ରେସର ବିଧାନସଭା ଘେରାଉ, ରାଜଧାନୀ ପୁଲିସରେ ଛାଉଣୀ।
୩-ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ତତ୍ପରତା ; ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରକ୍ରିୟା।
୪-ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ।
୫-ପ୍ରଥମରୁ ଦଶମ ପିଲାମାନଙ୍କୁ ମିଳିବ ପୁଷ୍ଟିକର ଲଡୁ ଓ ଅତିରିକ୍ତ ଅଣ୍ଡା। ଏପ୍ରିଲ ପହିଲାରୁ ଆରମ୍ଭ ହେବ।
୬-ଶାସକ-ବିରୋଧୀ ଲଢ଼େଇରେ ଆକ୍ତାମାକ୍ତା ହେଲା କମିଶନରେଟ୍ ପୋଲିସ; ଧୈର୍ଯ୍ୟର ସହ ବିଧାୟକଙ୍କୁ କଲେ ମୁକାବିଲା।
୭-ଭୁବନେଶ୍ୱର:ଭିତ୍ତିଭୂମି ସର୍ତ୍ତାବଳୀ ପୂରଣରେ ବିଫଳ,୭୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନୋଟିସ୍।
୮-ତାରା ବାହିନୀପତି ଓ ରମେଶ ଜେନା ସସ୍ପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା।
୯-ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆହତ ହାତୀର ମୃତ୍ୟୁ; ଆଜି ହେବ ଶବ ବ୍ୟବଚ୍ଛେଦ।
୧୦-ସୋନପୁରରେ ଭୟାବହ ସଡ଼କ ଦୁର୍ଘଟଣା: ୩ ମୃତ,୩ ଗୁରୁତର।
୧୧-କର୍ମକ୍ଷେତ୍ରକୁ ନିଶା ସେବନ କରି ଆସିବା ପଡ଼ିଲା ମହଙ୍ଗା, ବୁର୍ଲା ଭିସୁଟ୍ ସହଯୋଗୀ ପ୍ରଫେସର୍ ନିଲମ୍ବିତ।
୧୨-କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢ଼ିଲା ତାତି, ୨୯ ଓ ୩୦ରେ କିଛି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି।
୧୩-ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମସ୍ତ ନୀତିକାନ୍ତିକୁ ଅନୁପାଳନ କରାଯିବ : ଦଇତାପତି ନିଯୋଗ ସଂପାଦକ।
୧୪-ବ୍ରହ୍ମପୁର:କୋଷ୍ଟଗାର୍ଡ ଅଫିସର୍ ପ୍ରଗତି କୁମାରଙ୍କୁ ମିଳିଲା ସାହାସିକତା ପୁରସ୍କାର, ୧୬ ଜଣଙ୍କୁ କରିଥିଲେ ଉଦ୍ଧାର।
୧୫-କଳାହାଣ୍ଡି:କନିଆ ଦେଖି ଫେରୁଥିଲେ, ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍, ୨ ମୃତ।
୧୬-ବ୍ରହ୍ମପୁର:ଧରାପଡ଼ିଲେ ଛିନତାଇ ଗ୍ୟାଙ୍ଗ୍ ସଦସ୍ୟ, ଦୁଇ ଦୁଇଟି ମାମଲାରେ ୬ ମହିଳାଙ୍କ ସମେତ ୯ ଗିରଫ।
୧୭-ଭୁବନେଶ୍ୱର:ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, ଗୃହକୁ ଫେରିଲେ ବିଜେଡି ସଦସ୍ୟ।
୧୮-କଟକ:ଧରା ପଡିଲେ ଆପାର୍ଟମେଣ୍ଟ ଲୁଟେରା, ତିନି ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ।
୧୯-ଗିରଫ ହେଲେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, କୋଟିପତି ବାବୁଙ୍କର ରହିଛି ୧୧ଟି ପ୍ଲଟ।
୨୦-ଛତିଶଗଡ଼ର ସୁକମା ଜିଲାରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ, ସେମାନଙ୍କ ନାମରେ ଘୋଷଣା ହୋଇଥିଲା ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର।
୨୧-ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ:ବୃଦ୍ଧାବସ୍ଥାରେ ବାପା-ମା’ଙ୍କୁ ଅଣଦେଖା କଲେ ଫେରାଇବାକୁ ପଡ଼ିପାରେ ସମ୍ପତ୍ତି।
୨୨-UPI ସର୍ଭର ଡାଉନ; ପେମେଣ୍ଟ ଆପ୍ ଗୁଗଲ-ପେ’, ଫୋନ-ପେ’ ଅଚଳ।
୨୩-ବୁଲାଗୋରୁଙ୍କ ପାଇଁ ଅଟକିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା।
୨୪-ନୂଆ ଦିଲ୍ଲୀ:ଭାରତ ଫର୍ଜ ଲିମିଟେଡ଼ ଓ ଟାଟା ଆଡଭାନ୍ସ ସିଷ୍ଟମ୍ସ ସହିତ ଭାରତ ସରକାରଙ୍କର ୬୯୦୦ କୋଟିର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ।
*🙏 💐ସୁପ୍ରଭାତ💐🙏*
ସୌଜନ୍ୟ – “ଆଶା ଭରସା”, ଚିର ସବୁଜ ଖବର କାଗଜ, ଭୁବନେଶ୍ୱର