ନିଆଳିରେ ଷୋହଳ ପ୍ରହର ନାମ ଯଜ୍ଞ ଉଦଯାପିତ ହୋଇ ଯାଇଛି

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ବ୍ଲକ ନିଆଳି ଗ୍ରାମରେ ଦ୍ଵିତୀୟ ଷୋହଳ ପ୍ରହର ନାମ ଯଜ୍ଞ ତା. 23.3.2025 ରୁ ଆରମ୍ଭ ହୋଇ ତା. 26.3.2025 ରିଖରେ ଉଦଯାପିତ ହୋଇ ଯାଇଛି l ତେଇଶି ତାରିଖ ଦିନ କଳସ ଯାତ୍ରା ହୋଇଥିଲା l ଦୁଇଦିନ ଧରି ନାମ ଯଜ୍ଞ ଚାଲିଥିଲା l ଏଥିରେ ଆଠଟି କୀର୍ତ୍ତନ ଦଳ ଆମନ୍ତ୍ରିତ ହୋଇ ନାମ ଯଜ୍ଞରେ ଭାଗ ନେଇଥିଲେ l ସେଇ ଦଳ ଗୁଡିକ ହେଲେ, 1. ଖୁଜେନ ଜାମପଡ଼ା ବଲାଙ୍ଗୀର, 2. ଜନ୍ଦ୍ରା ମୁଣ୍ଡା, ନୁଆଁପଡ଼ା, 3. ସୀତାପୁର, କଳାହାଣ୍ଡି.4. କୋକ ପଦର, ନୁଆଁପଡ଼ା, 5. ପଦମପୁର, ନବରଙ୍ଗପୁର, 6. କଟିଙ୍ଗପଦର କଳାହାଣ୍ଡି, 7. ସିନାପାଲି, ଦେଭୋଗ, 8. ନିଆଳି, କଳାହାଣ୍ଡି l ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଆସି ନାମ ରସ ଉପଭୋଗ କରିବା ସହିତ ଅନ୍ନ ପ୍ରସାଦ ପାଇଥିଲେ l ଶାନ୍ତି ଶୃଙ୍ଖଳା ଓ ହର୍ଷ ଉଲ୍ଲାସର ସହିତ ନାମ ଯଜ୍ଞ ସମାପ୍ତ ହୋଇ ଯାଇଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର