September 24, 2026

ଆଜିବି ଆମ ଧର୍ମ ସଂସ୍କୃତି ରେ ଜୀବିତ କେତକୀ ଫୁଲ..

IMG-20250227-WA0040
Share

 

 

ବୋଲଗଡ଼,(ଉପାନ୍ତ ଖବର ):ଆମ ଧର୍ମୀୟ ସଂସ୍କୃତି ଓ ଧର୍ମୀୟ ଭାବନା ଅନୁସାରେ ବର୍ଷକରେ ଗୋଟିଏ ଦିନ ଖୋଜା ପଡିଥାଏ କେତକୀ ଫୁଲ। କେବଳ ମହାଶିବରାତ୍ରି ଦିନ ହିଁ ଏହି କେତକୀ ଫୁଲକୁ ଭଗବାନ ଶିବଙ୍କ ଠାରେ ଲାଗି କରାଯାଇଥାଏ। ମହାଶିବରାତ୍ରି ରେ ଶିବଙ୍କ ଠାରେ କେତକୀ ଫୁଲ ଚଢାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି।

 

କଥିତ ଅଛି ପ୍ରତେକ ଫୁଲରେ ଭ୍ରମର ବସୁଥିବା ବେଳେ କେତକୀ ଫୁଲ ରେ ଭ୍ରମର ବସିନଥାଏ। ଏଥିରେ ବୈଗ୍ୟାନିକ କାରଣ ଅଛି କିନ୍ତୁ ଆମ ଧର୍ମୀୟ ଭାବନା ଅନୁସାରେ ଯାହାକି ଭଗବାନ ଶିବଙ୍କର ପ୍ରିୟ ପୁଷ୍ପ ହୋଇଥାଏ। ଏହି କେତକୀ ଫୁଲ କୁ ନେଇ ପୁରାଣ ଶାସ୍ତ୍ର ରେ ଅନେକ କିମ୍ବଦନ୍ତୀ ରହିଛି। ସେ ଯାହା ହେଉନା କାହିଁକି କେଉଁ ଯୁଗରୁ ଏହି ଶିବରାତ୍ରି ଦିନ କେତକୀ ଫୁଲ ଚଢାଇବା ପରମ୍ପରା ରହି ଆସିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।