May 10, 2026

୩୦ଟି ପିତ୍ତଳ ନାଗ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଜବତ, ୨ଗିରଫ

IMG-20250227-WA0039
Share

 

 

ଗତ କିଛି ଦିନ ହେବ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୁତ୍ତ। ଶିବରାତ୍ରୀର ଦିନକ ପୂର୍ବରୁ ଭଞ୍ଜନଗର ଥାନା ଅଧିନ ଶ୍ରୀରାମ ନଗର ସ୍ଥିତ ଶ୍ରୀ ଅରବିନ୍ଦ ଶକ୍ତିପୀଠ ଓ ଛେଦାଭୁମୀ ଗ୍ରାମରେ ଥିବା ବିଶ୍ୱନାଥ ସ୍ୱାମୀଙ୍କ ମନ୍ଦିର ଭିତରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।ଭଞ୍ଜନଗର ଥାନାରେ ଉକ୍ତ ଦୁଇଟି ସ୍ଥାନରୁ ଚୋରୀ ହୋଇଥିବା ଅଭିଯେଗ ହୋଇଛି।ବିଶ୍ୱନାଥ ସ୍ୱାମୀ ମନ୍ଦିର ପରିସରରେ ରହିଥିବା ଅନ୍ନପୁର୍ଣ୍ଣା ମନ୍ଦିର ଓ ପଞ୍ଚମୁଖି ହନୁମାନ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଦୁବୃର୍ତ୍ତମାନେ ଦୁଇଟି ମନ୍ଦିରରୁ ସମସ୍ତ ପିତ୍ତଳ ସାମଗ୍ରୀ ଚୋରି କରି ନେଇଥିବା ସକାଳେ ମନ୍ଦିର ପୂଜକ ଶଙ୍କର୍ଷଣ ମହାପାତ୍ର ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।ଗ୍ରାମବାସୀ ମାନେ ସେହି ଗ୍ରାମର ଜଣକୁ ସନ୍ଦେହରେ ପଚରା ଉଚୁରା କରିବା ପେର ତା ନିକଟରୁ ଚୋରୀ ସାମଗ୍ରୀ ଉଦ୍ଧାର ହୋଇଥିଲା।ଏନେଇ ଥାନରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ କରିବାରେ ଏହି ଘଟଣାରେ ଛେଦାଭୂମି ଗ୍ରାମର ମୁନା ନାୟକ(୩୮) ଏବଂ ବିଛୁଆତି ନଗରର ଅମନ ନାୟକ(୨୨) ଓରଫ ରୋସନକୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଗୋଟିଏ ପଞ୍ଚମୁଖୀ ହନୁମାନ ମୂର୍ତ୍ତି,ଗୋଟିଏ ପିତ୍ତଳ ଦୁର୍ଗା ମୂର୍ତ୍ତି,ଗୋଟିଏ ପିତ୍ତଳ ଲଷ୍ମୀ ମୂର୍ତ୍ତି,୬ଟି ପିତ୍ତଳ ଘଣ୍ଟି,୩ଟି ପିତ୍ତଳ ଖଟୁଳି,୨ଟି ପିତ୍ତଳ ହାଣ୍ଡି ଓ ପ୍ଲେଟ,୩୦ଟି ପିତ୍ତଳ ନାଗ,ଗ୍ୟାସ ଚୁଲା, ସିଲିଣ୍ଡର ଏବଂ ଗୋଟିଏ ଖଣ୍ଡା ଜବତ କରାଯାଇଛି।ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଅଢ଼େଇ ରୁ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଚାଲିଥିବା ବେଳେ ଭଞ୍ଜନଗର ଥାନାରେ ୨୦୯ ଓ ୨୧୦/୨୫ରେ ଦୁଇଟି ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏଥିରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ସବ ଇନିସ୍ପେକ୍ଟର ସମୀର କୁମାର ସେଠୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।(ସୁକାନ୍ତ କୁମାର ନାୟକ )