ଭୁବନେଶ୍ୱର ରେ ନିଜର ଦମ ଦେଖାଇଲେ ବ୍ରହ୍ମଗିରି ର କଂଗ୍ରେସ ନେତା ଗୋପି l ଗୋପୀଙ୍କ ବିଶାଳ ଶୋଭାଯାତ୍ରା ଦେଖି ରାଜ୍ୟ କଂଗ୍ରେସ ନେତାମାନେ ତାଜୁବ …
ଆଜି ରାଜ୍ୟ ସରକାରଙ୍କ ପଚିଶ ବର୍ଷର ବିଫଳତାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସଚିବାଳୟ ଘେରାଉ କାର୍ଯ୍ୟକ୍ରମ ଥିଲା l ରାଜ୍ୟର ସମସ୍ତ ନେତା ନିଜ ନିଜ ସମର୍ଥକ ମାନଙ୍କୁ ନେଇ ସଚିବାଳୟ ଘେରାଉ କରିବାକୁ ଯାଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ l କିନ୍ତୁ ପଚିଶରୁ ଉର୍ଦ୍ଧ ବସ ଏବଂ ପନ୍ଦରରୁ ଉର୍ଦ୍ଧ ଚାରିଚକିଆ ଜାନରେ ଦେଢ଼ହଜାର ରୁ ଉର୍ଦ୍ଧ ସମର୍ଥକଙ୍କ ସହିତ ବିଶାଳ ଶୋଭାଯାତ୍ରା ରେ ପହଂଚିଥିଲେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ଇଞ୍ଜିନିଅର ଶେଖ ସଫିକ ଉଦ୍ଦିନ (ଗୋପି ) l ଗୋପୀଙ୍କ ସହିତ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ପୁରୀଜିଲ୍ଲା ସଭାପତି ଜୟକୃଷ୍ଣଙ୍କ ସହିତ ରାଜ୍ୟ ପ୍ରବାରୀ ଡକ୍ଟର ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସହିତ ଅନେକ ନେତୃମଣ୍ଡଳୀ l ସଚିବାଳୟ ଘେରାଉ ସମୟରେ ପୋଲିସ ଗିରଫ କରି ନେଇଥିଲା ସମସ୍ତଙ୍କୁ l ପରେପରେ ଗୋପୀଙ୍କ ସହିତ ଶରତ ପଟ୍ଟନାୟକ, ଡକ୍ଟର ଅଜୟ କୁମାର ଏବଂ ଅନ୍ୟ ନେତୃମଣ୍ଡଳୀ କଂଗ୍ରେସ ଭବନର ସଭାଗୃହ ରେ ଗୋପୀଙ୍କ ସମର୍ଥକଙ୍କ ସହିତ ଏକ ବୈଠକ କରିଥିଲେ l ଏହି ବୈଠକରେ ରାଜ୍ୟ ପ୍ରବାରୀ ଡ଼କ୍ଟର ଅଜୟ କୁମାର ଗୋପୀଙ୍କ ସମର୍ଥକ ମାନଙ୍କୁ କିଭଳି ଗୋପୀଙ୍କୁ ବିଧାୟକ ଭାବେ ଜିତାଇବେ ସେମାନଙ୍କୁ ଉର୍ସାହିତ କରିଥିଲେ l ଆଜିର ଗୋପୀଙ୍କର ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକଠାରୁ ସଚିବାଳୟ ଯିବା ରାସ୍ତାରେ ଦୁଇ ପାର୍ଶ୍ୱରେ ଠିଆ ହୋଇଥିବା ରାଜ୍ୟର କଂଗ୍ରେସ ନେତାମାନେ ଶୋଭାଯାତ୍ରା ଦେଖି ତାଜୁବ ହୋଇଯାଇଥିଲେ l ଗୋପୀଙ୍କ ଏଭଳି ବିରାଟ ଶୋଭାଯାତ୍ରା ଦେଖି ନିଜନିଜ ଭିତରେ ଆଲୋଚନା କରୁଥିଲେ ବ୍ରହ୍ମଗିରି ରେ ଦ୍ଵିତୀୟ ଲୁଲୁ ଭାଇ ଭାବରେ ପ୍ରତ୍ୟାବର୍ତନ କରିଲେ ଗୋପି ଭାଇ l ଏଥର କଂଗ୍ରେସ ଦଳ ପକ୍ଷରୁ ଗୋପି ଭାଇ ପ୍ରାର୍ଥୀ ହେବେ ଗୋପି ଭାଇ ଏବଂ ବିଧାୟକ ହେବେ ଗୋପିଭାଇ l ଏହା ଶୁଣି ଗୋପି ଭାଇଙ୍କ ସମର୍ଥକମାନେ ଗୋପି ଭାଇ ଜିନ୍ଦାବାଦ ଏବଂ ଲୁଲୁଭାଇ ଅମର ରହେ ଧ୍ଵନି ରେ ରାଜରାସ୍ତା କମ୍ପାଇଥିଲେ l ଆଗକୁ ଦେଖିବାକୁ ରହିଲା ଗୋପି ଭାଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରୁ ଟିକେଟ ନେଇ ଏହି ନିର୍ବାଚନ କିଭଳି ଜିତୁଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ