ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଲେ ୩୩୮ ଜଣ ଛାତ୍ରଛାତ୍ରୀ
ବୁଗୁଡ଼ା : ତା ୨୭/୦୨/୨୩ : ସ୍ଥାନୀୟ ପିପୁଲ୍ସ
ହାଇସ୍କୁଲ ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ
ବିଦ୍ୟାଳୟ ଆଦି ଦୁଇଟି କେନ୍ଦ୍ରରେ ଆଜି ଶିକ୍ଷାବର୍ଷ ୨୦୨୨-୨୩ର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ଓ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ମୋଟ ୩୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେଥ୍ ମଧ୍ୟରୁ ଷଷ୍ଠ ଶ୍ରେଣୀ (ଷ୍ଟେଜ୍-୧)ର ୧୯୩ ଜଣ
ଏବଂ ନବମ ଶ୍ରେଣୀ (ଷ୍ଟେଜ୍-୨) ର ୧୪୫ ଜଣ
ଛାତ୍ରଛାତ୍ରୀ ରହିଥିଲେ । ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ
ଷ୍ଟେଜ୍-୧ର ୧୩୫ ଜଣ ଏବଂ ଷ୍ଟେଜ୍-୨ର ୪୨ ଜଣ
ହିସାବରେ ମୋଟ ୧୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା
ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ
ସୁପରିଟେଣ୍ଡେଣ୍ଟ୍ ଏବଂ ସହକାରୀ ଶିକ୍ଷକ କାହ୍ନୁ ଚରଣ ଗୌଡ ଡେପୁଟି ସୁପରିଟେଣ୍ଡେଣ୍ଡ ଦାୟିତ୍ୱ ନିର୍ବାହ
କରିଥିଲେ । ସେହିପରି ଶ୍ରୀ ବିରଞ୍ଚି ନାରାୟଣ ବାଳିକା
ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଷ୍ଟେଜ୍-୧ର ୫୮ ଜଣ ଓ
ଷ୍ଟେଜ୍-୨ର ୧୦୩ ଜଣ ହିସାବରେ ମୋଟ ୧୬୧ ଜଣ
ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ସୁପରିଟେଣ୍ଡେଣ୍ଟ
ଏବଂ ସହକାରୀ ଶିକ୍ଷକ ୟୁ.ରବିନ୍ଦ୍ର କୁମାର ଡେପୁଟି
ସୁପରିଟେଣ୍ଡେଣ୍ଡ ଦାୟିତ୍ୱରେ ରହିଥିଲେ । ଉଭୟ
କେନ୍ଦ୍ରରେ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ