March 9, 2026

ବାୟା ଅବଧୂତ କଲେଜ ରେ ୭୭ ତମ ଜନରାଜ୍ୟ ଦିବସ ପାଳିତ

IMG-20260127-WA0002
Share

 

୨୬/୦୧/୨୦୨୬

ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ କଲେଜ, କନିମୂଳ ରେ ପବିତ୍ର ୭୭ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । କଲେଜ ର ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସଙ୍ଗୀତ ଗାନ କରାଯାଇ ବିଭିନ୍ନ ଦେଶାତ୍ମବୋଧ ଭାବନା ଭିତ୍ତିକ ଧ୍ୱନି ଦିଆଯାଇଥିଲା । ଅଧ୍ୟକ୍ଷ ଡକ୍ଟର ସିଂହ ତାଙ୍କ ଅଭିଭାଷଣରେ ଏକ ଦୁର୍ନିତି ମୁକ୍ତ ସ୍ୱଚ୍ଛ ଭାରତ ଗଠନ ଅଭିଯାନ ରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ କୁ ମନେ ପକାଇବା ସହିତ ସେମାନଙ୍କ ସ୍ୱପ୍ନ କୁ ବାସ୍ତବରେ ପରିଣତ କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ନିଜକୁ ସଂଶୋଧନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଇଂରାଜୀ ଅଧ୍ୟାପକ ନିରଞ୍ଜନ ବେହେରା , ସମ୍ବିଧାନ ଆଇନ ର ଉତ୍ସ, ପ୍ରତ୍ୟେକ ନାଗରିକ ନିଜକୁ ସମ୍ବିଧାନର ମୌଳିକ ଆଦର୍ଶ ଦ୍ଵାରା ପରିଚାଳିତ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଫକୀର ଚରଣ ବାରିକ ଏହି ପବିତ୍ର ଜାତୀୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଲେଜ ର କର୍ମଚାରୀ ବିଜୟ କୁମାର ଦାଶ, ଦିଲ୍ଲିପ କୁମାର ସ୍ୱାଇଁ, ନୃସିଂହ ଚରଣ ରାଉତ, ରବିନ୍ଦ୍ର କୁମାର ନାୟକ, ଶାନ୍ତନୁ ଜେନା, ସତ୍ୟନାରାୟଣ ମହାପାତ୍ର, ପ୍ରବିର କୁମାର ସାହୁ, ଶାନ୍ତି ପ୍ରକାଶ ମହାପାତ୍ର,ଅନିରୁଦ୍ଧ ସାହୁ, ନୃସିଂହ ଚରଣ ସାହୁ, ଶ୍ରୀକାନ୍ତ ନାୟକ,ଚନ୍ଦ୍ରମଣି ସାହୁ, ଗୋଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସହୋଯୋଗ କରିଥିଲେ ।