ଭାରତ ବର୍ଷର ବିଭିନ୍ନ ରାଜ୍ୟର ବ୍ୟକ୍ତିତ୍ୱ ମାନଙ୍କ ଦ୍ୱାରା ଅନନ୍ୟା ହୋଟେଲ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ..

ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସରେ ପୁରୀ ଭିଆଇପି ରୋଡ଼ସ୍ଥିତ ହୋଟେଲ ଅନନ୍ୟା ରିସର୍ଟ ର ଅଧକ୍ଷ ମଧୁସୂଦନ ସିଂହାରୀଙ୍କ ଅଧକ୍ଷତାରେ ୭୬ତମ ସାଧାରଣତନ୍ତ୍ର ଦିବସ ଭାରତ ବର୍ଷର ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ମାନଙ୍କ ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ମଧୁସୂଦନ ସିଂହାରୀଙ୍କ ସହିତ ବିଭିନ୍ନ ରାଜ୍ୟର ପର୍ଯ୍ୟଟକମାନେ ମିଶି ଜାତୀୟ ପତାକା ଉତ୍ତୋଳନ କରିଥିଲେ l ପର୍ଯ୍ୟଟକ ମାନଙ୍କୁ ଅନନ୍ୟା ରିସର୍ଟ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ନିମନ୍ତ୍ରିତ କରାଯାଇଥିବାରୁ ପର୍ଯ୍ୟଟକ ମାନେ ମଧୁସୂଦନ ସିଂହାରୀ ଏବଂ ରିସର୍ଟ ର ସମସ୍ତ କର୍ମଚାରୀ ମାନଙ୍କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅନନ୍ୟା ରିସର୍ଟର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ