May 20, 2025
Share

 

୧-ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି।

 

୨-ରାଜ୍ୟରେ ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡି଼, ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି।

 

୩-ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ,ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

 

୪-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ମାର୍ଚ୍ଚ ୮ ତାରିଖରେ ଆସିବ ସୁଭଦ୍ରାର ଦ୍ଵିତୀୟ କିସ୍ତି ଟଙ୍କା।

 

୫-ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ଘଟଣା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ:ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦୟନୀୟ ହୋଇପଡ଼ିଛି।

 

୬-ବାଙ୍କୀ ଦୁର୍ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ, ମୃତ ଛାତ୍ରଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା।

 

୭-ମୋହନ ସରକାରକୁ ୮ ମାସ ପରେ ବି ପଦ ଫାଙ୍କା…ଖାଲି ପଡିଛି ସୂଚନା କମିଶନ୍, OERC ଅଧ୍ୟକ୍ଷ ପଦବୀ।

 

୮-କିଟ୍ ଓ କିସ୍ ବିଶ୍ଵବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ଡକ୍ଟର ଅଚ୍ୟୁତ ସାମନ୍ତ,ଏଫଆଇଭିବିର ସଭାପତି ଫାବିଓ ଆଜେଭେଦୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

 

୯-ଯାଜପୁର: ଜଡ଼ାଖାଇ ଫଳ ଖାଇ ୧୦ରୁ ଅଧିକ ଶିଶୁ ଆହତ, ସମସ୍ତେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି।

 

୧୦-ବିଏମସିର ‘ଦୟା ନଦୀ’ ଚିନ୍ତା । ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ BMCର ଚିଠି ।

 

୧୧-କରଞ୍ଜିଆ:ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନିଖୋଜ, ବଣଭୋଜି କରିବାକୁ ଆସିଥିଲେ।

 

୧୨-ତାଳଚେର:ଓଏସଆରଟିସି ବସ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି,୪୫ ଯାତ୍ରୀ ଆହତ।

 

୧୩-ସମ୍ବଲପୁର:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ଅଭିଯୋଗ, ଆସନ୍ତାକାଲି ହେବ ପୋଷ୍ଟମର୍ଟମ।

 

୧୪-ସାଧାରଣତନ୍ତ୍ର ଦିବସରେ ରାଜ୍ୟ ବିକାଶର ହିସାବକୁ ନେଇ ମୁହାଁମୁହିଁ ରାଜ୍ୟ ବିଜେପି-ବିଜେଡି।

 

୧୫-ଡେଲାଙ୍ଗ ହରିରାଜପୁରରେ ବୋମାମାଡ । ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ୩ ବୋମା, ୨ ଜଣଙ୍କୁ ଅଟକ ରଖିଛି ପୋଲିସ।

 

୧୬-ଆଳି,ପଦନପୁର:ସୁନା ସଫା କରିବା ବାହାନାରେ ଲୁଟିନେଲେ ୫ ଲକ୍ଷର ସୁନା, CCTV ରେ କଏଦ ହେଲା ଠକେଇର ଦୃଶ୍ୟ।

 

୧୭-କୋଟି କୋଟି କୃଷକଙ୍କ ପାଇଁ ଖୁସିର ଖବର, ଫେବୃଆରୀ ୨୪ରେ ମିଳିବ ପିଏମ କିଷାନ ଯୋଜନାର ୧୯ତମ କିସ୍ତି।

 

୧୮-କର୍ତ୍ତବ୍ୟପଥରେ ବିଶ୍ବ ଦେଖିଲା ଭାରତର ଶକ୍ତି । ଭବ୍ୟ ପରେଡରେ ୩ ସେନାର ବୀରତ୍ବ ପ୍ରଦର୍ଶନ ହେଲା।

 

୧୯-ଉତ୍ତରାଖଣ୍ଡ:ବିଧାୟକ ଉମେଶ କୁମାରଙ୍କ କାର୍ଯ୍ୟାଳୟ ଉପରେ ଅଖିବୁଜା ଗୁଳିମାଡ଼।

 

୨୦-ଆତଙ୍କୀ ରାଷ୍ଟ୍ର ସହ ସମ୍ପର୍କ ବଢାଇଲେ ୟୁନୁସ୍‌ ସରକାର, ପାକିସ୍ତାନକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ବାଂଲାଦେଶ।

 

୨୧-ସୁଦାନର ଏକ ଡାକ୍ତରଖାନା ଉପରେ ଡ୍ରୋନ ଆକ୍ରମଣ, ୬୭ ମୃତ।

 

୨୨-ନାଇଜେରିଆରେ ସେନା ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ, ୨୭ ଯବାନ ମୃତ୍ୟୁ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*