March 8, 2026

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

IMG-20230127-WA0012
Share

 

ବୁଗୁଡ଼ା : ତା ୨୭/୦୧/୨୩ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ

ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ତମ

ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏ

ଅବସରରେ ସ୍ଥାନୀୟ ମିଡିଆ କ୍ଲବରେ ସଭାପତି ଅନିଲ

କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ

କରିଥବା ବେଳେ କାରଗିଲ୍ ଶହୀଦ ସ୍ମୃତି ପୀଠରେ

ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ସରସ୍ବତୀ ଶିଶୁ ବିଦ୍ୟା

ମନ୍ଦିରରେ ସଭାପତି ବ୍ରଜକିଶୋର ପାଢୀ, ନିୟୁ ଏରା

ପବ୍ଲିକ୍ ସ୍କୁଲରେ ସଭାପତି କାଳୀଚରଣ ଦାଶ , ପିପୁଲସ୍

କଲେଜରେ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣା, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ପୂର୍ଣ୍ଣଚନ୍ଦ୍ର ପାତ୍ର,

କୋର୍ଟରେ ବିଚାରପତି ପରିଣିତା ନାୟକ , ପୋଲିସ

ଥାନାରେ ଆଇଆଇସି ଚିତ୍ତ ରଞ୍ଜନ ବେହେରା,

ତହସିଲ କାର୍ଯ୍ୟାଳୟରେ ତହସିଲଦାର ସଂଗ୍ରାମ

କେଶରୀ ଜେନା, ବ୍ଲକ କାର୍ଯ୍ୟାଳୟରେ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି କାର୍ଯାଳୟରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଜଳସେଚନ କାର୍ଯ୍ୟାଳୟରେ କୃଷ୍ଣଚନ୍ଦ୍ର ପାଳ, ବନ ବିଭାଗ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ବିଇଓ କାର୍ଯକାଳୟରେ କବିବର ପ୍ରଧାନ , କ୍ଷୁଦ୍ର ଜଳସେଚନ

ବିଭାଗ କାର୍ଯ୍ୟାଳୟରେ ଯନ୍ତ୍ରୀ ଗୟାଚାନ୍ଦ ନାୟକ ପ୍ରମୁଖ

  • ଜାତୀୟ ପତାକା ଉତ୍ତୋଳନ କରିଥିଲେ ।