ବିଭିନ୍ନ ପଞ୍ଚାୟତର ଜନରାଜ୍ୟ ଦିବସ ପାଳିତ
କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଚଣ୍ତିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉୋଳନ କରିଥିଲେ। ଏଥିରେ ପ୍ରଦୀପ ସେନା ସଂଗଠନର ସଭାପତି ଏନ୍ ଗଙ୍ଗାଧର ପାତ୍ରଙ୍କ ସମେତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ। ସେହିପରି କୁକୁଡ଼ାଖଣ୍ତି ବ୍ଲକ କାର୍ଯ୍ୟାଳୟ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବ୍ଲକର ବଡ଼ବାବୁ ସାହେବ ଶବର,ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ବ୍ଲକ ଉପସଭାପତି କୈଳାଶ ବିଷୋୟୀ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ। ସେହିପରି କୁକୁଡ଼ାଖଣ୍ତି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଠାରେ ସଭାପତି ଶିବରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ, ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ, ଗଞ୍ଜାମ ଜିଲ୍ଲା ସମବାୟ ସଂଘର ସଭାପତି କୈଳାସ ଚନ୍ଦ୍ର ରଣା, ଆତ୍ମା ଅଧ୍ୟକ୍ଷ ରଘୁ ପାତ୍ର, ସମ୍ପାଦକ ବୃନ୍ଦାବନ କୋଠିଆ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୁକୁଡ଼ାଖଣ୍ତି ମଡନ ଭାରତ ଗ୍ୟାସ୍ କାର୍ଯ୍ୟାଳୟ ଠାରେ ଯୁବ ସମାଜ ସେବୀ ଭବାନୀ ଶଙ୍କର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିସିସି ବ୍ୟାଙ୍କର ସଭାପତି ଶିବରାମ ପାତ୍ର, ମୋହନ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଘଲଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ମାମି ସାସମଲ ଜାତୀୟ ପତାକା ଉୋଳନ କରିଥିଲେ , କୁକୁଡ଼ାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ବନ୍ଦନା କୁମାର ସେଠୀ ଜାତୀୟ ପତାକା ଉୋଳନ କରିଥିଲେ , ହୁଗୁଳାପଟ୍ଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ବି.ବାପେୟା ପାତ୍ର ଜାତୀୟ ପତାକା ଉୋଳନ କରିଥିଲେ , ଲୋଚାପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ଏଲ୍.ମୋହନ ଦାସ ଜାତୀୟ ପତାକା ଉୋଳନ କରିଥିଲେ , ଗୁରୁଣ୍ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସରପଞ୍ଚ ବି. ମାଙ୍ଗତା ପାତ୍ର ଜାତୀୟ ପତାକା ଉୋଳନ କରିଥିଲେ , ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା ରୋହିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜାତୀୟ ପତାକା ଉୋଳନ କରିଥିଲେ , ମସିହାଖାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ କାପଲ.ବୁଲୁ ଜାତୀୟ ପତାକା ଉୋଳନ କରିଥିଲେ , ଲାଠୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ତଥା ଛାତ୍ର ସଭାପତି ରାଧାମୋହନ ସେଠୀ ଜାତୀୟ ପତାକା ଉୋଳନ କରିଥିଲେ, କଙ୍କିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ଚନ୍ଦ୍ରଶେଖର ନାୟକ ଜାତୀୟ ପତାକା ଉୋଳନ କରିଥିଲେ, ଜଗଦଳପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ କ୍ରାନ୍ତୀ କୁମାର ଦେବୀ ଜାତୀୟ ପତାକା ଉୋଳନ କରିଥିଲେ, ବଉଳଝୋଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ ଜାତୀୟ ପତାକା ଉୋଳନ କରିଥିଲେ , ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ କାମିନୀ ନାୟକ ଜାତୀୟ ପତାକା ଉୋଳନ କରିଥିଲେ, ବାଲିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ଝିଲି ସେଠୀ ଜାତୀୟ ପତାକା ଉୋଳନ କରିଥିଲେ , ଦକ୍ଷିଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସରପଞ୍ଚ ଦେବାଶିଷ ସେଠୀ ଜାତୀୟ ପତାକା ଉୋଳନ କରିଥିଲେ, ଲାଞ୍ଜିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅନିଲ କୁମାର ଗୈାଡ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ବେଳେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମଲଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲାଜୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉୋଳନ କରିଥିଲେ।ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମର ପି.କୃଷ୍ଣମୂର୍ତ୍ତିଙ୍କ ନିଜ ଭାସବଭନ ଠାରେ ଜାତୀୟ ପତାକା ଉୋଳନ କରିଥିଲେ। କୁକୁଡ଼ାଖଣ୍ତି ରୁ କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ