April 27, 2026

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

IMG-20230127-WA0006
Share

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର- ସହରର ଢେରାପଡାଠାରେ ନବନିର୍ମିତ ମାଁ ମହାଲକ୍ଷ୍ମୀ ଙ୍କର ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିବା ବେଳେ ଗତକାଲି ଅପରାହ୍ନ ରେ ମହାନଦୀର ପବିତ୍ର ଜଳ ରଜାପଡା ଘାଟଠାରୁ ମହିଳା ମାନେ ସଂଗ୍ରହ କରି ଏକବିରାଟ କଳସ ଶୋଭାଯାତ୍ରାରେ ମଝିପଡା,ବସଷ୍ଟାଣ୍ଡ ନୂଆପଡା ଦେଇ ସ୍ଥାନୀୟ ଢେରାପଡା ସ୍ଥିତ ନବନିର୍ମିତ ମନ୍ଦିର ପରିସର କୁ ଆଣିଥିଲେ। ଆଜି ସକାଳ ୭ଘଣ୍ଟା ରେ ପୂଜାରମ୍ଭ ୧୦ଘଣ୍ଟା ରେ ମହାଲକ୍ଷ୍ମୀ ଙ୍କମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା ଦିବା ୧ଘଣ୍ଟା ପୂର୍ଣାହୂତି ଓ ପୁଷ୍ପାଞ୍ଜଳି ଘ ୧.୩୦ ରେ ସାମୁହିକ ପ୍ରସାଦ ସେବନ ଦିବା ୩ଘଣ୍ଟା ମାତା ଲକ୍ଷ୍ମୀ ଙ୍କର ନଗରପରିକ୍ରମା ସଂଧ୍ୟା ୫ଘଣ୍ଟା ମହାଲକ୍ଷ୍ମୀ ଙ୍କର ଗମ୍ଭୀରା ପ୍ରବେଶ ଓ ସଂଧ୍ୟା ୬ଘଣ୍ଟା ରେ ଭଜନ ସମାରୋହ ଅନୁଷ୍ଠିତ ହେବ ଏଣୁ ଏ ସମସ୍ତ କାର୍ଯ୍ୟକ୍ରମ ରେ ଜନସାଧାରଣ ଯୋଗଦାନ ପୂର୍ବକ ମାତା ମହାଲକ୍ଷ୍ମୀ ଙ୍କର ଆଶିଷ ଲାଭ କରିବାକୁ ମନ୍ଦିର ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି।