November 23, 2024
Share

*╭───────────────────╮*

*🌄ସକାଳର ଖବର, ୨୭-ଜାନୁଆରୀ-୨୦୨୩,ଶୁକ୍ରବାର*

*╰─────── ସକାଳର ────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରୁ ଆସିଥିବା ଗୋଟି ୧୨ ଫୁଟିଆ ୩ଟି ଧଉରା କାଠକୁ ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ଭାବେ ହେଲା ଅନୁକୂଳ l

 

➡️୨-ଓଡ଼ିଆ ଭାଷାରେ JEE-NEET ! ହେଲେ ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍ l ଯାହାକୁ ନେଇ ସିଧା ସଖଳ ଅସୁବିଧା ଭୋଗୁଛନ୍ତି ଉପାନ୍ତ ଓ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ l

 

➡️୩-କର୍ତ୍ତବ୍ୟପଥରେ ଲେଖାଗଲା ନୂଆ ଭାରତର ନୂଆ ଇତିହାସ: ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ l

 

➡️୪-ଖେଳକୁଦ ବୟସରେ ଆପ୍ ତିଆରି କରି ପିଏମ ରାଷ୍ଟ୍ରୀୟ ଶିଶୁ ପୁରସ୍କାର ଜିତିଲେ ବେଙ୍ଗାଲୁରୁର ୮ ବର୍ଷୀୟ ଋଷି ଶିବ ପ୍ରସନ୍ନା ।

 

➡️୫-ସାଧାରଣତନ୍ତ୍ର ଦିବସରେ ବଡ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ l ରାଜ୍ୟରେ ବେକାରୀ ଯୁବକ ଯୁବତୀଙ୍କୁ ମିଳିବ ଭତ୍ତା । ଆସନ୍ତା ଆର୍ଥିକବର୍ଷ ଆରମ୍ଭରୁ ରାଜ୍ୟରେ ବେକାର ଥିବା ଯୁବକ ଓ ଯୁବତୀ ଏହି ଭତ୍ତା ଗ୍ରହଣ କରିବେ।

 

➡️୬-ସରସ୍ୱତୀ ପୂଜାରେ ହାଇ ଡ୍ରାମା, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ସ୍ଥିତ ପୁନଃର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ଦୁଇ ଯୁବତୀ ସ୍କୁଲ ଭିତରେ ପଶି ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡି ଭାଙ୍ଗିଲେ l

 

➡️୭-ଘୋଷଣା ହେଲା ବଦ୍ରିନାଥ ଦ୍ୱାର ଖୋଲିବାର ତାରିଖ, ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ।

 

➡️୮-କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ନର୍ଥ ବ୍ଲକର ହାଲୱା ଉତ୍ସବ ସହ ହେଲା ଆରମ୍ଭ l ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ଫେବ୍ରୁଆରୀ ପହିଲାରୁ ବିନା କାଗଜରେ ଉପସ୍ଥାପିତ ହେବ।

 

➡️୯-ଆର୍ଥିକ ମାନ୍ଦାବସ୍ଥାର ଭୟ ମଧ୍ୟରେ ଆଇବିଏମ ପରେ ଏବେ ଆଗାମୀ ଦିନରେ SAP କରିବ ୩ ହଜାର କର୍ମଚାରୀଙ୍କ ଛଟେଇ l

 

➡️୧୦-ବାଦ୍‌ଶାହ ବ୍ୟାକ୍‌, ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା ଇତିହାସରେ ରେକର୍ଡ ଭାଙ୍ଗିଲା ଫିଲ୍ମ “ପଠାନ” l

 

➡️୧୧-ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ହାଇଦ୍ରାବାଦରେ ବିଆରଏସରେ ହେବେ ସାମିଲ l ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି , ଓଡିଶାରେ ଭାରତ ରାଷ୍ଟ୍ର ସମିତି ଓ ଆମ ଆଦମୀ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢିବେ ।

 

➡️୧୨-ବିଗିଡ଼ିଲା ନାମିବ୍ୟାରୁ ଅଣାଯାଇଥିବା ମାଈ ଚିତା ଶାଶାର ସ୍ବାସ୍ଥ୍ୟ l କିଡନୀରେ ସଂକ୍ରମଣ ଏବଂ ଡିହାଇଡ୍ରେସନ୍ ଯୋଗୁଁ ହେଲା ଅସୁସ୍ଥ l

 

➡️୧୩-ରାଜସ୍ଥାନର ବାଡମେରରେ ହେଲା ରୟାଲ ବାହାଘର l ମରୁଭୂମି କୁ ବାନାଇ ଦେଲେ ମହଲ l ଗାଁରେ ତିଆରି ହେଲା ସ୍କଟଲାଣ୍ଡ ଫୋର୍ଟ l ବିବାହରେ ଯୋଗ ଦେଲେ ୧୦ ହଜାର ଅତିଥି l

 

➡️୧୪-କେରଳ ରେ ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ। ମଦପାନ ଜନିତ ଦୁର୍ଘଟଣା ଓ ଅପରାଧ ବୃଦ୍ଧିକୁ ଦୂରେଇବା ପାଇଁ ମୁଖ୍ୟମନ୍ତ୍ରୀ ପି,ବିଜୟନ ନେଲେ ଏଭଳି ନିଷ୍ପତି ।

 

➡️୧୫-ଆଜି ଅପରାହ୍ନ ୪ଟାରେ କ୍ୟାବିନେଟ୍‌ ସହ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ l

 

➡️୧୬-ଖୁବ୍‌ଶୀଘ୍ର ୪ ଭାଗରେ ବିଭକ୍ତ ହେବ ପାକିସ୍ତାନ, ୩ ର ବିଲୟ ଭାରତରେ ହୋଇଯିବ ଏବଂ ପାକିସ୍ତାନ ଏକ ଛୋଟ ଦେଶ ହୋଇ ରହିଯିବ। ଏ ନେଇ ରାମଦେବ ବାବା କଲେ ଭବିଷ୍ୟବାଣୀ l

 

➡️୧୭-ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି ଟ୍ରମ୍ପଙ୍କ କମବ୍ୟାକ।

 

➡️୧୮-ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ।

 

➡️୧୯-ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପୁର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା l ଆହତ କାରଣରୁ ଓପନର ବ୍ୟାଟ୍ସମ୍ୟାନ୍ ରୁତୁରାଜ ଗାଇକ୍ୱାଡ୍ ସିରିଜରୁ ପଡିଲେ ବାଦ୍ l

 

➡️୨୦-ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ଓ ଜଳୁ ଥିବା କାର ଭିତରୁ ଜରୁରୀ ସାମଗ୍ରୀକୁ ବାହାର କରି ସୁରକ୍ଷିତ ରଖିଥିବା ୪ଜଣଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କଲେ ସମ୍ମାନିତ l

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*