April 28, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ସୁଶାସନ ଦିବସ ପାଳିତ

IMG-20251226-WA0022
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କର ଜନ୍ମ ଦିବସ କୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରା ଯାଉଅଛି lଏହି ଅବସରରେ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳନ କରା ଯାଇଅଛି l ଚାନ୍ଦପୁର ମଣ୍ଡଳ ବିଜେପି ର କର୍ମକର୍ତ୍ତା ମାନେ ଆଜି ସକାଳୁ ବାଜପେୟୀ ଙ୍କର ଅବଦାନ ଙ୍କୁ ମନେ ପକାଇ ମା ରାମଚଣ୍ଡୀ ଙ୍କ ମନ୍ଦିର ଠାରେ ଦୀପ ଦାନ କରିଥିଲେ l ଏହା ସହ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପରିସରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଫଳ ବଣ୍ଟନ କରିବା ପରେ ସ୍ୱାସ୍ଥ୍ୟ ନିବାସ ପରିସରରେ ଥିବା ଦେବୀ ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ଦେଶ ତଥା ମା ମାଟିର ପ୍ରଯତ୍ନ ପାଇଁ ବାଜପେୟୀଙ୍କର ଅବଦାନକୁ ସ୍ମରଣ କରି ସମସ୍ତେ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ,ସମାଜସେବୀ ରାଜେଶ ମହାପାତ୍ର,ବିପିନ ବିହାରୀ ନାୟକ,ପ୍ରଦୀପ ସେନାପତି,ସଞ୍ଜୟ ସିଂ,ରବି ସାମନ୍ତ,ଗୋପାଳ ନାୟକ,ସୁଶାନ୍ତ ମଲ୍ଲିକ,ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ l

You may have missed