April 28, 2026

ହନୁମାନଜୀଉ କୃପାପରିଷଦର ବିଂଶତମ ଜନ୍ମବାର୍ଷିକୋତ୍ସବ ଉଦ୍‌ଯାପିତ

IMG-20251226-WA0018
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ତିର୍ତ୍ତୋଲ ବ୍ଲକ ରଗୋପାଳପୁରଶଂଖେଶ୍ଵର

ହନୁମାନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପରିଷଦର ବିଂଶତମ ଜନ୍ମ ବାର୍ଷିକୋତ୍ସବ ୨୬ ତାରିଖ ଶୁକ୍ରବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଅଛି । ନିଖିଳୋତ୍କଳ ପ୍ରବକ୍ତା ପରିଷଦର ଜିଲ୍ଲା ସଦସ୍ୟ ତଥା ଧର୍ମ ଜାଗରଣ ସମନ୍ବୟର ଆମ ଜିଲ୍ଲାର ସଂସ୍କୃତି ପ୍ରମୂଖ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା)ଙ୍କ ପୌରୋହିତରେ ପଞ୍ଚଦିବସୀୟ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଭଜନ. ନୃତ୍ୟ ପରିବେଷଣ.ପ୍ରବଚ଼ନ, ଓ ଯଜ୍ଞସହିତ ରାମଲୀଳା , ହନୁମାନ ଚାଳିଶା. ସୁନ୍ଦର। କାଣ୍ଡ ପାଠ ପାରାୟଣ ଇତ୍ୟାଦି ବିବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟଭକ୍ତି ହନୁମାନ ଚାଳିଶା ଗ୍ରୁପର ସଦସ୍ୟ ପଣ୍ଡିତ ବିଷ୍ଣୁପ୍ରସାଦ ଦାଶ ଓ ପଣ୍ଡିତ ବିରଞ୍ଚି ନାରାୟଣ କର ଓ ସାଥି ମାନଙ୍କଦ୍ୱାରା ସୁନ୍ଦର ଭାବଭକ୍ତିଭରା ପରିବେଶ ମଧ୍ୟରେ ଗୋସ୍ୱାମୀ ତୁଳସୀ ଦାସଙ୍କ କୃତ ଶ୍ରୀରାମଚରିତ ମାନସ ଗ୍ରନ୍ଥର ସୁନ୍ଦର।କାଣ୍ଡପାଠ କରିଥିଲେ । ପଣ୍ଡିତ ଚିତ୍ତରଂଜନ ହୋତା ଓ ସାଥିଯାଜ୍ଞିକ ପଣ୍ଡିତମାନଙ୍କଦ୍ୱାରା ଯଜ୍ଞକର୍ମ ସମାହିତ ହେଉଥିବାବେଳେ କର୍ତ୍ତା କର୍ତ୍ତୀ ଭାବେ ନୀଲୁ ଚ଼ରଣ ଦାସ୍ ଓ ଶ୍ରୀମତୀ ସୋମିତା ଦାସ ଉପସ୍ଥିତ ଥିଲେ । ଯାଇଫୁଲ ମାଳିକା ପ୍ରବଚ଼କ ବାବା ଦିବାକର ଦାସ ଯୁଗୋପଯୋଗୀ ବହୁ ଶିକ୍ଷଣୀୟ କଥାବସ୍ତୁକୁ ଆଧାରକରି ରାମ ହନୁମାନଙ୍କ ଦିବ୍ୟ ଅମୃତମୟ ବାଣୀ ପ୍ରବଚ଼ନପ୍ରଦାନ କରିଥିଲେ l ବାବାଙ୍କ ପୁରୋହିତ ଆଚାର୍ଯ୍ୟ ବ୍ରାହ୍ମଣ ଦେବତା ପଣ୍ଡିତ ପ୍ରଭାତରଂଜନ କରମଞ୍ଚାସୀନ ଥିଲେ। ନାଟ୍ୟଗୁରୁ ବସନ୍ତ ମହାନ୍ତି.ସୁଧିର ମହାନ୍ତି ରଂଜିତ ମହାନ୍ତି ଓ କାହ୍ନୁଚରଣ ବେହେରା. ବିଭୂତି ସ୍ୱାଇଁ(ବାପିନା) ପୀତବାସ ଷଡଙ୍ଗୀ, ଅନନ୍ତ ପ୍ରସାଦ ମହାନ୍ତି ସଞ୍ଜୟସ୍ୱାଇଁ ପ୍ରକାଶ ସାହୁପ୍ରଭାତ ଷଡଙ୍ଗୀ. ଚିନ୍ତାମଣୀ ବେହେରା. ସୁରେଶ ଚନ୍ଦ୍ର ସାହୁ,ଲକ୍ଷ୍ମୀନାରାୟଣ ହାଟ ଶାରଳା ବୁକ୍‌ଷ୍ଟୋର ମାଲିକ ରବୀନ୍ଦ୍ର କୁମାର ସାହୁ ଓ ମହିମାସାଉଣ୍ଡର ପ୍ରୋପାଇଟର ଗଗନ ମହାନ୍ତି, ଜପମହାନ୍ତି ଟାଟୁ ମହାନ୍ତି ପ୍ରଭୃତି ପରିଷଦର ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପରିଷଦକର୍ମକର୍ତ୍ତାଙ୍କଦ୍ୱାରା ରାମଲୀଳା ପ୍ରଦର୍ଶିତ ହୋଇଥିଲା ।ଶଂଖେଶ୍ଵର ବିଜିପୁର ,ବେହଡପୁର,ସରଳପୁର,ଜନାର୍ଦ୍ନ ପୁର ଓ ଗୋପାଳପୁର ବଡଜିଙ୍ଗଲ ପ୍ରଭୃତି ଆଞ୍ଚଳିକ ଭକ୍ତବୃନ୍ଦ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ l ପରିଶେଷରେ କାହ୍ନୁଚରଣ ବେହେରା ଓ ବିଭୂତି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l