September 21, 2024

ବିଜେଡିର ପ୍ରତିଷ୍ଠା ଦିବସରେ ବୁଗୁଡ଼ାରେ ଗଣଦୌଡ, ଭାମଶିଆଳିରେ ବୃକ୍ଷ ରୋପଣ…

Share

                                                                                                                                                                                      ବୁଗୁଡ଼ା : ବୁଗୁଡ଼ା ବ୍ଲକ ଓ ଏନ୍ଏସି ବିଜେଡି ପକ୍ଷରୁ ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ସେଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସବୁଜ ପତାକା ଦେଖାଇ ଉକ୍ତ ଗଣଦୌଡର ଶୁଭାରମ୍ଭ କରିଥିଲା ବେଳେ ତିନି ଜଣ ଲେଖାଏଁ କୃତି ଧାବକ ଏବଂ ଧାବିକାଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହ ବିଜେଡି ପକ୍ଷରୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ଭାମଶିଆଳି ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରା , ସାଂସଦ ପ୍ରତିନିଧି ବସନ୍ତ ଦଳେଇ, କାଉନସିଲର ଆଶୁତୋଷ ବଢ଼େଇଙ୍କ ସମେତ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀମାନେ ଯୋଗ ଦେଇଥିଲେ ।