ମାନସିକ ଅନଗ୍ରସର ବିଦ୍ୟାଳୟରେ ଜନ୍ମଦିନ ପାଳିଲେ ସ୍ବାତିପ୍ରଜ୍ଞା
,
ଖଇରା (ଦେବାଶିଷ ଦାଶ )
ସତରେ ଜନ୍ମଦିନ ପାଳିବା କେତେ ଖୁସି ଓ ଆନନ୍ଦ । ପିଲାର ଜନ୍ମଦିନ ପାଳନରେ ପିତାମାତା ଓ ପରିବାର ଲୋକ ଯେତିକି ଖୁସି ଆନନ୍ଦ ହୋଇନଥାନ୍ତି,ତା’ ଠାରୁ ବେଶି ଖୁସି ଓ ଆନନ୍ଦ ଅନୁଭବ କରିଥାଏ ପିଲା । ଯାହାଦ୍ୱାରା ଜନ୍ମଦିନ କ’ଣ ଓ ପାଳନର ମଜା ନେଇଥାଏ ପିଲା । ଏଇ ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଠାରେ ଥିବା କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟରେ ମିଷ୍ଟାନ୍ନ ବଣ୍ଟନ କରି ଜନ୍ମଦିନ ପାଳନ କରିଛନ୍ତି କୁପାରିର ଗୌତମ ଗାହାଣଙ୍କ ଝିଅ ସୁଶ୍ରୀ ସ୍ବାତିପ୍ରଜ୍ଞା ଗାହାଣ । ବିଦ୍ୟାଳୟରେ ରହୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ନିଜେ ସ୍ବହସ୍ତରେ ସ୍ବାତିପ୍ରଜ୍ଞା ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରି ବହୁତ ଖୁସି ଓ ଆନନ୍ଦ ଅନୁଭବ କରିଥିଲେ । ସାଥିରେ ଥିଲେ ମା’ ସଂଯୁକ୍ତା ପଲେଇ ଓ ଛୋଟ ଭାଇ କୃଷ୍ଣଚନ୍ଦ୍ର ଗାହାଣ । ମା’ ଶ୍ରୀମତୀ ପଲେଇ ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ବଣ୍ଟନ ପରେ ଉପସ୍ଥିତ ବିଦ୍ୟାଳୟର କର୍ମକର୍ତ୍ତା ଏବଂ ଅନ୍ତେବାସୀ ମାନଙ୍କ ସହିତ ସୁଖଦୁଃଖ,ଆଳାପ ଆଲୋଚନା ସହିତ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ସ୍ବାତିପ୍ରଜ୍ଞାର ମା’ ଶ୍ରୀମତୀ ପଲେଇ । ଶେଷରେ ବିଦ୍ୟାଳୟ ଓ ପିଲା ମାନଙ୍କର ଉନ୍ନତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ବଗୃହକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।।
