March 12, 2026

ଗଜପତିରେ ଧାନକିଣା ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି…..୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ 

IMG-20251126-WA0051
Share

 

 

ପାରଳାଖେମୁଣ୍ଡି:୨୬/୧୧(ଗରୁଡ ଧ୍ଵଜ ଚୌଧୂରୀ) ଗଜପତିରେ ଧାନକିଣା ସଂଗ୍ରହ କମିଟି ବୈଠକରେ ଆସନ୍ତା ଡିସେମ୍ବର ୩୦ ତାରିଖ ଠାରୁ ଧାନ କିଣା ଆରମ୍ଭ ହେବ. ଚଳିତ ବର୍ଷ ୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ର ହନେନଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରାଂଶୁ ଭୋଇ, ଏଆର୍‌ସିଏସ୍ ହରିହର ସେଠ୍, ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ରେବତୀ ମୋହନ ରାଉତ, ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଗତବର୍ଷ ୧୫ ହଜାର ୫୬୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧୫ ହଜାର ୪୯୧ ଚାଷୀଙ୍କ ଠାରୁ ୬୮ ଲକ୍ଷ ୭୭୬ ହଜାର ୫୨୪ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା. ଅର୍ଥାତ୍ ୧୫୮ କୋଟି ୧୮ ଲକ୍ଷ ୬୦ ହଜାର ୫୨ ଟଙ୍କାର ଧାନ କିଣାଯାଇଥିବା ବେଳେ ଇନପୁଟ୍ ସବ୍‌ସିଡି ବାବଦରେ ୫୫ କୋଟି ୨ ଲକ୍ଷ ୧୨ ହଜାର ୧୯୨ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଗତବର୍ଷ ଧାନର ଧାର୍ଯ୍ୟ ମୂଲ୍ୟ ୨୩ ଶହ ଟଙ୍କା ରହିଥିଲା ଚଳିତବର୍ଷ ୨୩୬୯ ଟଙ୍କା ରଖାଯାଇଛି। ଚଳିତବର୍ଷ ମୋଟ ୪ଟି ବ୍ଳକର ୪୭ଟି ପ୍ୟାକ୍‌ସ ମାଧ୍ୟମରେ ୧୫ହଜାର ୬୧୬ ଚାଷୀଙ୍କ ଠାରୁ ୫୬ ଲକ୍ଷ ୧୧୨ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବାହାର ରାଜ୍ୟକୁ ଧାନ ଚାଲାଣ ରୋକିବା ସକାଶେ ୭ଟି ଚେକ୍ ପଏଣ୍ଟ ଓ ସିସି କ୍ୟାମେରାର ସହ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ.