March 11, 2026

ଗଜପତିରେ ଶିକ୍ଷାର ବିକଳ ଚିତ୍ର….. 71 ବର୍ଷର ପୁରାତନ ବିଦ୍ୟାଳୟ ସଉରା ଉରୁଡ଼ା ଗ୍ରାମରେ ସ୍କୁଲରେ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପଢୁଛନ୍ତି      

IMG-20251126-WA0035
Share

 

 

ପାରଳାଖେମୁଣ୍ଡି:୨୬/୧୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଅବସ୍ଥା ଓ ବିକଳ ଚିତ୍ର ନଜରକୁ ଆସିଛି. ୭୧ ବର୍ଷର ଅତି ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସି ପଢ଼ିବା ବାଧ୍ୟ ହେଉଛନ୍ତି. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରଗୋସାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ସଉରା ଉରୁଡ଼ା ଗ୍ରାମରେ. ଏଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି. ୧୯୫୪ ମସିହାରେ ସ୍ଥାପିତ ହୋଇଥିବା ଏହି ବହୁ ପୁରାତନ ୭୧ ବର୍ଷରୁ ଅଧିକ ପୁରୁଣା ବିଦ୍ୟାଳୟରେ ବର୍ତ୍ତମାନ ୧୫୦ ଜଣ ଛାତ୍ରଛାତ୍ରୀ 1ମ ଶ୍ରେଣୀ ଠାରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି. ହେଲେ ମୁଖ୍ୟ ସଡ଼କରୁ ଦୂରେଇ ଥିବାରୁ ଏହି ବିଦ୍ୟାଳୟଟି ପ୍ରଶାସନିକ ଉପେକ୍ଷାର ଶିକାର ହୋଇଥିବା ଭଳି ମନେ ହେଉଛି। ଏହି ବିଦ୍ୟାଳୟଟି ଦୁର୍ଗମ ଅଞ୍ଚଳରେ ରହିଥିବା ଯୋଗୁଁ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ନଜରକୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନଜରକୁ ଆସିପାରୁନାହିଁ ୭୧ ବର୍ଷର ବହୁ ପୁରାତନ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଖରା, ବର୍ଷା, ଶୀତ ବର୍ଷ ତମାମ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ପାଠ ପଢା ଯାଉଛି. ଏଥିସହ ଏହି ବିଦ୍ୟାଳୟରେ ଆହୁରି ଅନେକ ସମସ୍ୟା ରହିଥିବା ଗ୍ରାମବାସୀମାନେ ଅଭିଯୋଗ କରି ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଦ୍ୟାଳୟ ପ୍ରତି ଦୃଷ୍ଟି ଆକାଷଣ କରି ସମସ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି.