March 12, 2026

ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ :

IMG-20251126-WA0011
Share

 

ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ) : ଆଜି ସମ୍ବିଧାନ ଦିବସ ଦେଶରେ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ସାମ୍ବିଧାନିକ ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ । ୨୦୧୫ ମସିହାରେ ଭାରତ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଭାରତର ସମ୍ବିଧାନ ଦୁନିଆର ସବୁଠୁ ବଡ ଲିଖିତ ସମ୍ବିଧାନ। ଭାରତୀୟ ସମ୍ବିଧାନରେ ନାରଗିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ଯ, ସରକାରଙ୍କ ଭୂମିକା ଓ କ୍ଷମତା ବିଷୟରେ ସଂପୂର୍ଣ୍ଣ ତଥ୍ୟ ବିଷୟରେ ଉଲ୍ଲେଖ୍ୟ ରହିଛି । କୌଣସି ଦେଶ ବିନା ସମ୍ବିଧାନ ଚାଲିପାରିବ ନାହିଁ । ଦେଶରେ ଶାସନ ପାଇଁ ସମ୍ବିଧାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସମ୍ବିଧାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ ଓ ସମ୍ମାନ କରିବା । ସମ୍ବିଧାନ ଦ୍ବାରା ଦେଶର ନାଗରିକଙ୍କୁ ସମାନ ଅଧିକାର ଓ ସମାନ ନିୟମରେ ବାନ୍ଧି ରଖାଯାଏ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ କୋର୍ଟ ପକ୍ଷରୁ ବୁଧବାର ଦିନ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଅଛି। ସାନଖେମୁଣ୍ଡି ଗ୍ରାମ ନ୍ୟା୍ୟାଳୟ ର ପ୍ରଥମ ଶ୍ରେଣୀ ବିଚାରପତି ଦୀପିକା ବଡ଼ମାଳୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବିଧାନିକ ଦିବସ କାର୍ଯ୍ୟକ୍ରମ ରେ ବରିଷ୍ଠ ଓକିଲ ସୁରେଶ ଚନ୍ଦ୍ର ସାହୁ, ସରକାରୀ ଓକିଲ ସତ୍ୟନାରାୟଣ ରଥ, ରବୀନ୍ଦ୍ର କୁମାର ବେହେରା, ପ୍ରଶାନ୍ତ କୁମାର ଡାକୁଆ, ପ୍ରଶାନ୍ତ କୁମାର ବରାଡ଼, ବିଜୟ କୁମାର ପ୍ରଧାନ ସମେତ କୋର୍ଟ କର୍ମଚାରୀ ମୁକ୍ତିକାନ୍ତ ବେହେରା (ନାଜିର ), ପ୍ରଜ୍ଞାଲିମା ବାରିସାଲ, ପି. ଶିବାନୀ, ସୁଶ୍ରୀ କୃତାଞ୍ଜଳି ମଲ୍ଲିକ,ସନ୍ତୋଷ କୁମାର ରାଉତ, ସି ଏସ ଆଇ ଇନ୍ଦ୍ର ମଣି ମଲ୍ଲିକ, ସୁଜିତ କୁମାର ବେହେରା, ସୁଭଦ୍ରା ପ୍ରଧାନ,ପ୍ରଫୁଲ ବେହେରା, ନର୍ମଦା ଦଳେଇ, ସମୀର ନାୟକ ମାନଙ୍କୁ ସମ୍ବିଧାନ ର ମହତ୍ୱ ଉପରେ ଅଲୋକପାତ କରାଇବା ସହିତ ସମ୍ବିଧାନକୁ ସମ୍ମାନ ଦେବାକୁ ଶପଥ ପାଠ କରାଇଥିଲେ । ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନର ଗୁତୁତ୍ୱାରୋପ ଉପରେ ଆଲୋଚନା କରିଥିଲେ।ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର