ମା ତାରିଣୀଙ୍କ ୧୭ତମ ବାର୍ଷିକ ଉତ୍ସବ ସହିତ ପାଞ୍ଚହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି
ପୁରୀ ରେଲୱେ ଷ୍ଟେସନ ନିକଟ ତାରିଣୀ ମନ୍ଦିର ମାତାରିଣୀ ଙ୍କ ୧୭ତମ ବାର୍ଷିକ ଉତ୍ସବ ପାଳନ ସହିତ ୫ହଜାର ରୁ ଉର୍ଦ୍ଧ ଭକ୍ତଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯିବା ସହିତ ପୂର୍ଣ୍ଣାହୁତି ରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ମାତାରିଣୀଙ୍କ ଆଶୀର୍ବାଦ ନେଇଥିଲେ l ପରେପରେ ମାତାରିଣୀଙ୍କ ନଗର ପରିକ୍ରମା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀଜିଲ୍ଲା ଅଟୋ ଚାଳକ ସଂଘର ସମ୍ପାଦକ ଅକ୍ଷୟ ପ୍ରଧାନ, ସନ୍ୟାସୀ ରେଡି, ସିମାଞ୍ଚଳ ରାଓ ସାନବାସୀ ବିଶ୍ୱାଳ, ଭାସ୍କର ସେଠୀ, ଲୋକନାଥ ରାଓ, ସୁନୀଲ ରାଓ ଙ୍କ ସହିତ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
