ପୁରୀ ଜିଲ୍ଲା କଂଗ୍ରେସ ର ଏକ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ରୋଗୀ ସେବା ପାଇଁ ଉନ୍ମୁକ୍ତ କରିବା ପାଇଁ ପରିଦର୍ଶନ କରିଛି
ପୁରୀ ଜିଲ୍ଲା କଂଗ୍ରେସ କମିଟି ର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ର କତ୍ତୃପକ୍ଷଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ମେଡିକାଲ କଲେଜ ହସ୍ପିଟାଲର ସୁପରିଟେଣ୍ଡନ୍ଟ ଏବଂ ପ୍ରିନ୍ସପାଲ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। କତ୍ତୃପକ୍ଷଙ୍କ ତରଫରୁ ଇପସିତା ପଣ୍ଡା, ବିତ୍ତ ଅଧିକାରୀ, ଏବଂ ପ୍ରଫେସର ବିମୋଚ ପ୍ରଞ୍ଜା ପତି, ପ୍ରଫେସର କାଳୀ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ରହି ଆଲୋଚନା କରିଥିଲେ ।
ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ହସ୍ପିଟାଲରେ, ପୁରୀ ତଥା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ସ୍ଵାସ୍ଥ୍ୟ ସେବା ବିଷୟରେ ଖବର ପ୍ରସାରଣ ହେଉଥିବା ଆମେ ସମସ୍ତେ ଅବଗତ ଅଛେ । ୨୦୧୧ ଜନଗଣନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ ଜନସଂଖ୍ୟା ୧୬୯୮୭୩୦ ଷୋହଳ ଲକ୍ଷ ଅଠାନବେ ହଜାର ସାତଶହ ତିରିଶି ଥିବା ବେଳେ ଅନୁପାତ ଅନୁଯାୟୀ ୨୦୨୫ ରେ ୨୦ କୋଡ଼ିଏ ଲକ୍ଷ ରୁ ଅଧିକ ହେବା ଅନୁମେୟ। ତେବେ ସ୍ବାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଗ୍ରାମୀଣ ଅଞ୍ଚଳ ଠାରୁ ସହରାଞ୍ଚଳରେ ଦେଖିବାକୁ ଗଲେ ଶ୍ରୀଜଗନ୍ନାଥଙ୍କ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ଜିଲ୍ଲା ପାଇଁ ଏକ ବରଦାନ ସଦୃଶ ଯାହା ୨୦୧୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଉନ୍ମୁକ୍ତ ହୋଇପାରିନାହିଁ ।
ସେହିପରି ଏପର୍ଯ୍ୟନ୍ତ ୫ଏକର ଜମି ଅଧିଗ୍ରହଣ ହୋଇନଥିବା ବେଳେ ମେଡିକାଲ କଲେଜ ର ଜମି ମାଲିକାନା ଏବେ ବି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ନାମିତ ହୋଇଥିବା ବେଳେ ପରିବେଶ ଓ ପିକେଡିଏ ମଞ୍ଜୁରୀ ମିଳିନାହିଁ । ସେହିପରି ବିଦ୍ୟୃତ ଏବଂ ପାନୀୟ ଜଳ ସଂଯୋଗ ନଥିବା କଂଗ୍ରେସ ଟିମ୍ ଜାଣିପାରିଛି। ତେବେ ଚିକିତ୍ସା ତଥା ଶିକ୍ଷା କ୍ଷେତ୍ରରେ ମଧ୍ୟ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବହୁତ ପଛରେ ରହିଛି, ନା ଏଠି ଅଛି ହୃଦରୋଗ ବିଭାଗ ନା ଅଛି ସ୍ନାୟୁବିକ ବିଭାଗ ନା ଅଛି ଆପାତକାଳୀନ ଦୁର୍ଘଟଣା ଚିକିତ୍ସା ବିଭାଗ ନା ପୋଡ଼ାଜଳା ବିଭାଗ ସେହିପରି ଆନୁସାଙ୍ଗିକ ବୈଷୟିକ କର୍ମଚାରୀ ନଥିବା ଆଲୋଚନା ରୁ ଜଣାଗଲା । ସବୁଠାରୁ ବଡ଼କଥା ହେଉଛି ଅଗ୍ନି ନିର୍ବାପକ ଆପତ୍ତି ବିହିନ ପ୍ରମାଣପତ୍ର ନଥିବା କତ୍ତୃପକ୍ଷ ସ୍ପଷ୍ଟ କଲେ ।
ଅନ୍ୟ ପାଶ୍ୱର୍ରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ଘଟଣା ଜନିତ ସେବା, ହୃଦରୋଗ ସେବା, ମସ୍ତିଷ୍କ ଘାତ ଏବଂ ସ୍ନାୟୁ ରୋଗ ସେବା ତଥା ପୋଡ଼ାଜଳା ପାଇଁ ଜୀବନରକ୍ଷା ପାଇଁ ଯେଉଁ ସେବା ତଥା ସେହିପରି ରୋଗ ନିରୁପଣ ବ୍ୟବସ୍ଥା ନଥିବାରୁ ଦୈନିକ ଜିଲ୍ଲା ଅଧିବାସୀଙ୍କ ଠାରୁ ଆରମ୍ଭ କରି ପ୍ରତିଦିନ ଲକ୍ଷାଧିକ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକ କଟକ କିମ୍ବା ଭୁବନେଶ୍ବର ସ୍ଥାନାନ୍ତରିତ ହେଉଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଣୁ କିପରି ଭାବରେ ସମସ୍ତ ଜରୁରୀକାଳୀନ ଜୀବନ ରକ୍ଷା ବିଭାଗ ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ହସ୍ପିଟାଲରେ ସର୍ବସାଧାରଣ ସେବା ପାଇଁ ଖୋଲା ଯିବ ତାହର ଏକ ନିର୍ଦ୍ଦିଷ୍ଟ ସମୟ କତ୍ତୃପକ୍ଷ ଜନସାଧାରଣଙ୍କୁ ପ୍ରଦାନ କରନ୍ତୁ । ଏଥିରେ ଅହେତୁକ ବିଳମ୍ବ ଦେଖାଦେଲେ ପୁରୀ ଜିଲ୍ଲା କଂଗ୍ରେସ କମିଟି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବାଧ୍ୟ ରହିବ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଉତ୍ତମ ଆଚାର୍ଯ୍ୟ, ପିସିସି ପୂର୍ବତନ ଉପସଭାପତି ବିଶ୍ବଭୂଷଣ ଦାସ, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ଅମରେନ୍ଦ୍ର ପାଇକରାୟ, ସିତାକାନ୍ତ ମହାନ୍ତି, ଭାସ୍କର ସେଠ, ବିଭୁଦତ୍ତ ମିଶ୍ର, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ନିର୍ମଳ ପରିଡ଼ା, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଚେତନ ମିଶ୍ର, ଉମାକାନ୍ତ ବେହେରା, ଅମିୟ କୁମାର ଦାସ, ସୁରେନ୍ଦ୍ର ପାଇକରାୟ, ସୌମ୍ୟ କାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ଜିବେଶ ରଥ, ଅର୍ଜୁନ ସାହୁ ଓ ସାମ୍ବାଦିକ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
