November 26, 2024

ପିପୁଲ୍ଲ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳିତ

Share

ବୁଗୁଡ଼ା :ତା ୨୬/୧୧/୨୪ : ସ୍ଥାନୀୟ ପିପୁଲ୍ଲ କଲେଜର

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ସମ୍ବିଧାନ

ଦିବସ ପାଳନ ସହ ଏକ ଆଲୋଚନା ଚକ୍ର ମଧ୍ୟ

ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ

ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ

ଅତିଥ ଭାବେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଅକ୍ଷୟ କୁମାର ସାହୁ , ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଅବଗତ କରାଇଥିଲେ । ଏ ଅବସରରେ ବିଭାଗୀୟ ଅଧ୍ୟାପକ ବିନୋଦ କୁମାର କର ସମ୍ବିଧାନର ପ୍ରସ୍ତାବନାଟିକୁ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଏଥି ସହ ସମ୍ବିଧାନ ପ୍ରଣୟନର ଉପାଦେୟତା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା ଏବଂ ଆଲୋଚନା ଚକ୍ରର ଶୀର୍ଷକ ” ଦି କନଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ : ଏ ସିମ୍ବଲ୍ ଅଫ୍ ୟୁନିଟି ଇନ୍ ଡାଇଭର୍ସିଟି” ରହିଥିବା ବେଳେ ଛାତ୍ରୀ ରେସ୍ମା ସେଠୀ , ପୂଜା ଗୌଡ ଓ ମୋନାଲିସା ପ୍ରଧାନ ପ୍ରମୁଖ ସନ୍ଧର୍ଭ ପାଠ କରିଥିଲେ । ପରିଶେଷରେ ଛାତ୍ରୀ ପୂଜା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed