November 26, 2024

ସାଧାରଣ ଜନତାଙ୍କ ଦୁଃଖ ବୁଝୁନି ବ୍ରହ୍ମଗିରି ପୋଲିସ ..

Share

ଏଠାରେ ଆମେ ସୂଚେଇ ଦେବାକୁ ଚାହୁଁଛୁ ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ଥାନା କଥା l ଯଦି ସାଧାରଣ ଲୋକଟିଏ ଥାନାକୁ ଅଭିଯୋଗ କରିବାକୁ ଆସେ ତାକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରି ଘରକୁ ଫେରିଯିବାକୁ ପଡେ, ଏକଥା ଆମେ କହୁନୁ କହିଛନ୍ତି ବ୍ରହ୍ମଗିରି ବ୍ଲକ, ବ୍ରାହ୍ମଣିଆ ଗ୍ରାମପଞ୍ଚାୟତର ଜାଆଁଳ ଗ୍ରାମର ଅଭିଯୋଗକାରିଣୀ ୫୫ ବୟସ୍କ ମିଥି ଜେନା ସ୍ୱାମୀ ସ୍ୱାମୀ ବରଜୁ ଜେନାଙ୍କ ପୁଅ ରଘୁନାଥ ଜେନା l ରଘୁନାଥ ଜେନାଙ୍କ କହିବାନୁସାରେ ତାଙ୍କ ବଡଭାଇ ବାହାର ରାଜ୍ୟରେ କାମ କରିବାକୁ ଯାଇଥିବା ବେଳେ ସେ ଗାଁ ରେ ରହି କାମକରି ବୃଦ୍ଧ ବାପାମାଙ୍କ ସେବା କରନ୍ତି l ସକାଳୁ ସେ କାମକୁ ଗଲାପରେ ତାଙ୍କ ପଡୋଶୀ ବଂଶୀଧର ଜେନା ଏବଂ ତାଙ୍କ ପୁଅ ବିଶ୍ୱନାଥ ଜେନା ଙ୍କ ସହିତ ପରିବାର ସଦସ୍ୟ ମିଶି ରଘୁନାଥ ଜେନାଙ୍କ ମା ମିଥି ଜେନାଙ୍କୁ ଜମିବାଡ଼ି ବିବାଦ କୁ ନେଇ ବାଡିଆ ମରା କରନ୍ତି l ରଘୁନାଥଙ୍କ କହିବାନୁସାରେ ଥାନାଧିକାରୀ ଥାନାରେ ବସାଇ ବଂଶୀଧରଙ୍କ ପରିବାର କୁ ଥାନାକୁ ଡାକନ୍ତି କିନ୍ତୁ ବିଶ୍ୱନାଥଙ୍କ ପରିବାର ଥାନାକୁ ଆସନ୍ତି ନାହିଁ l କିନ୍ତୁ ରଘୁନାଥଙ୍କ କହିବାନୁସାରେ ଥାନାରୁ ପରିବାରଙ୍କୁ ନେଇ ଗାଁ ରେ ପହଂଚିବାପରେ ତାଙ୍କୁ ବିଶ୍ୱନାଥଙ୍କ ପରିବାର ଆକ୍ଷେପ କରି କୁହନ୍ତି ” ଆମେ ଥାନାରେ କୋଡିଏ ହଜାର ଦେଲୁ ସେଥିପାଇଁ ପୋଲିସ ଆସିଲାନି ” କିନ୍ତୁ ଆମ ପ୍ରତିନିଧି ଥାନାଧିକାରୀ ବଦଳି ହୋଇ ଯାଇଥିବା ହେତୁ ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ ବଂଶୀଧରଙ୍କ ପୁଅ ବିଶ୍ୱନାଥ ଗିରଫ ହୋଇ ବେଲ ରେ ଆସିଛି l ତେବେ ଆଗକୁ ଦେଖିବାକୁ ବାକି ରହିଲା ରଘୁନାଥ ଜେନାଙ୍କ ପରିବାର କୁ ନ୍ୟାୟ ମିଳୁଛି ନା ରଘୁନାଥଙ୍କ ପରିବାର ଜମି ପାଇବା ପାଇଁ ଏଭଳି ନାଟକ କରିଛନ୍ତି, ନା ବ୍ରହ୍ମଗିରି ପୋଲିସ ପଇସା ନେଇ ବଂଶୀଧର କୁ ଗିରଫ ନକରି ଥାନାରୁ ବେଲ ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed