November 26, 2024

ଜଙ୍ଗଲ ବିଭାଗ ଭିଜିଲାନ୍ସ ଦଳର ୩ କରତ କଳ ଉପରେ ଚଢ଼ାଉ । ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରାଂଶ ଜବତ ..

Share

 

ଅସ୍ତରଙ୍ଗ,, ଜଙ୍ଗଲ ବିଭାଗ, ଭୁବନେଶ୍ୱର ଡିଭିଜନ ର ଭିଜିଲାନ୍ସ ୱିଙ୍ଗ ମଙ୍ଗଳ ବାର ଦିନ ସକାଳୁ ସକାଳୁ ଅସ୍ତରଙ୍ଗ ସିନେମାହଲ ଛକ ନିକଟ ରେ ଦୀର୍ଘ ବର୍ଷ ଧରି ଚାଲିଥିବା ୩ ଗୋଟି ବେ ଆଇନ କରତ କଳ ଉପରେ ଚଢାଉ କରିଛି । ଏହି ବେ ଆଇନ କରତ କଳ ବର୍ଷ ବର୍ଷ ଧରି ଚୋରା କାଠ ଆଣି ଚିରଟ କରି ବିକ୍ରୀ କରୁଥିବା ର କୌଣସି ସୂତ୍ରରୁ ଖବର ଜଙ୍ଗଲ ବିଭାଗ ଭିଜିଲାନ୍ସ ଦଳ ପାଖରେ ପହଞ୍ଚି ଥିଲା । ସେହି ଅନୁ ଜାୟୀ,ଭୁବନେଶ୍ୱର ଭିଜିଲାନ୍ସ ଦଳ ର ମୁଖ୍ୟ,ସାଧନା ପ୍ରିୟଦର୍ଶିନୀ ସ୍ବାଇଁ ଙ୍କ ନେତୃତ୍ବରେ,ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ଅସ୍ତରଙ୍ଗ ଥାନା ର ସବ ଇନ୍ସପେକ୍ଟର ଦୀପକ ସାମନ୍ତ ସିଂହାର ,ତିନି ସେକ୍ସନ ଫୋର୍ସ,ଜଙ୍ଗଲ ବିଭାଗ କର୍ମଚାରୀ ଆଦି ପହଞ୍ଚି ତିନି ଭାଗରେ ବିଭକ୍ତ ହୋଇ ଲାଗ ଲାଗ ଥିବା ତିନିଗୋଟି କରତ କଳ ଉପରେ ସକାଳୁ ସକାଳୁ ଚଢାଉ କରିଥିଲେ । ଏହି ଚଢାଉ ଦେଖି କରତ କଳରେ ଥିବା କର୍ମଚାରୀ ଫେରାର ହୋଇ ଯିବା ପରେ, ଭଜିଲାନ୍ସ ଦଳ ସଙ୍ଗରେ ଆଣି ଥିବା କଟର ମେସିନ ଦ୍ବାରା କଟାକଟି ଆରମ୍ଭ ହୋଇଥିଲା । ତିନିଗୋଟି କରତ କଳ ରୁ ଜବତ ହୋଇଥିବା,ମଟର,ଟ୍ରଲି,ବ୍ୟାଣ୍ଡ ସ,କରତ ଗୁଣ୍ଡ ,ପଟା ଓ କରତ କଳ ଜନ୍ତ୍ରାସ ସବୁ କଟା ଜାଇ ଟ୍ରାକ୍ଟର କ୍ରେନ୍ ଦ୍ବାରା ଉଠା ଜାଇ,ଅସ୍ତରଙ୍ଗ ରେଞ୍ଜ କାର୍ଯ୍ୟାଳୟ କୁ ନିଆ ଯାଇଥିଲା । ଏହି ତିନୋଟି କରତ କଳର ଜବତ ହୋଇଥିବା ଯନ୍ତ୍ରାସ ର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଭିଯିଲାନ୍ସ ଏ ସି ଏଫ,ଶ୍ରୀମତୀ ସ୍ବାଇଁ ପ୍ରକାଶ କରି ଛନ୍ତି । ଏହି ସବୁ କାର୍ଯ୍ୟକ୍ରମ ରେ,ଫରେଷ୍ଟର,ମାନସ କୁମାର ବେହେରା,ବବୁଲ ମଳିକ,ଫରେଷ୍ଟ ଗାର୍ଡ ସୋନାଲି ପ୍ରଧାନ,ଜଙ୍ଗଲ ବିଭାଗ ପ୍ରୋଟେକ୍ସ୍ନନ୍ ଫୋର୍ସ,ସହ ଅସ୍ତରଙ୍ଗ ଥାନାର କର୍ମଚାରୀ ସାମିଲ ଥିଲେ।

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed