ରେଳବାଇ ଠିକା ସଫେଇ କର୍ମଚାରୀମାନେ ଧାରଣାରେ ବସି ଆନ୍ଦୋଳନ କରିଲେ l
ଆଜି ପୁରୀ ରେଲୱେଷ୍ଟେସନ ରେଳ ବିଭାଗରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ତଥା ସଫେଇ କର୍ମଚାରୀମାନେ ଇଷ୍ଟକୋଷ୍ଟ ରେଲୱେ ଠିକା ମଜଦୁର ସଂଘ ବ୍ୟାନର ତଳେ ନିଜ ଅଧିକାର ପାଇଁ ଆନ୍ଦୋଳନ ରେ ବସିଛନ୍ତି l ରେଳ ବିଭାଗକୁ ସଫାକରି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ କୁ ସଫଳ କରିଥିବା ଏହି ଠିକା ସଫେଇକର୍ମଚାରୀମାନେ ୧୯ବର୍ଷରୁ ଉର୍ଦ୍ଧ ଅର୍ଦ୍ଧ କୁଶଳୀ ଶ୍ରେଣୀରେ କାର୍ଯ୍ୟ କରୁଥିବା ସମୟରେ ଏକ ବର୍ଷ ହେବ ଅଣକୁଶଳୀ ବର୍ଗରେ କାର୍ଯ୍ୟ କରିବାପାଇଁ ବାଧ୍ୟ କରାଯାଉଛି l ବାରମ୍ବାର ସଂଘ ପକ୍ଷରୁ ଅଭିଯୋଗ ଏବଂ ପତ୍ର ମାଧ୍ୟମରେ ରେଳ କର୍ତ୍ତୃପକ୍ଷ ଏବଂ ଠିକାଦାର ମାନଙ୍କୁ ଜଣାଇଥିଲେ ମଧ୍ୟ ବାରମ୍ବାର ପ୍ରତାରଣା ମିଳୁଥିବାରୁ ବାଧ୍ୟହୋଇ ଠିକା କର୍ମଚାରୀମାନେ ଗତକାଲି ମଧ୍ୟରାତ୍ରିରୁ ଆଲୋଚନାକୁ ଓହ୍ଲାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଡା ଯୋଗଦେଇ ଏହି ଆନ୍ଦୋଳନକୁ ଭାରତୀୟ ମଜଦୁର ସଂଘର ସମ୍ପୂର୍ଣ୍ଣ ସମର୍ଥନ ରହିଛି ରେଳ କର୍ତ୍ତୃପକ୍ଷ ସମ୍ପୂର୍ଣ ତୁରନ୍ତ ଏହି ଠିକା ଶ୍ରମିକମାନଙ୍କ ନାର୍ଯ୍ୟ ଦାବିଗୁଡିକ ପୂରଣ ପାଇଁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଜି ୨୫୦ ରୁ ଉର୍ଦ୍ଧ ଠିକା ଶ୍ରମିକ ଯୋଗଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l