April 15, 2025

ବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍ ଯାପିତ 

Share

ଶିଶୁ ମହୋତ୍ସବ ଟ୍ରଷ୍ଟ ଆନୁକୁଲ୍ୟରେ ବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ ଯାପିତ ହୋଇଯାଇଛି I ଟ୍ରଷ୍ଟ ସଭାପତି ସଦାଶିବ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯଅତିଥି ଭାବେ ନୟାଗଡ଼ର ବିଧାୟକ ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ଓଲିଉଡ ଅଭିନେତ୍ରୀ ଗୁନ୍ ଗୁନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭା ମାନଙ୍କର ପ୍ରତିଭା ପ୍ରଦର୍ଶନ କୁ ଭୂୟସୀ ପ୍ରଶଂସା କରିଥିଲେ I ସମ୍ପାଦକ ଶଙ୍ଖମିତ୍ର ସିଂହାରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଆବାହକ ସୁଧାଂଶୁ ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହି ଅବସରରେ ସଙ୍ଗୀତଗୁରୁ ପ୍ରମୋଦ କୁମାର ମିଶ୍ର, ନୃତ୍ୟଗୁରୁ ମାଧବ ଚନ୍ଦ୍ର ପଲାଇ, ବୈକୁଣ୍ଠ ନନ୍ଦ, ଅଶୋକ କୁମାର ଦାସ, ପ୍ରଦୀପ କୁମାର ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା I ଏଥିସହିତ ଅଂଶଗ୍ରହଣକାରୀ ଶିଶୁ କଳାକାର ମାନଙ୍କୁ ପ୍ରସଂଶାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I କୋଷାଧ୍ୟକ୍ଷ ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ଶିଶୁଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ବୃନ୍ଦ ତବଲା ବାଦନ, ଏକକ ସଙ୍ଗୀତ,ଓଡ଼ିଶୀ ମେଳ ନୃତ୍ୟ, ସମ୍ବଲପୁରୀ ନୃତ୍ୟ , ନୃତ୍ୟ ରୂପକ ଆଦି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ଓ ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ, ସାଂସ୍କୃତିକ ସମ୍ପାଦକ ଅମରେଶ୍ଵର ମହାପାତ୍ର, ଗୀତିକାର ବଦ୍ରି ମିଶ୍ର, ଶ୍ୟାମସୁନ୍ଦର ଲାଲ, ସୁକାନ୍ତ କୁମାର ପଣ୍ଡା ,ପ୍ରବୀର ଶତପଥୀ, ପ୍ରଭାକର ସାହୁ, ଜିତେନ୍ଦ୍ର କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାଶ,ସୋନାଲି ମଧୁସ୍ମିତା ମହାନ୍ତି, ରଶ୍ମିରଞ୍ଜନ ତ୍ରିପାଠୀ, ରାଜେଶ କୁମାର ସାହୁ,ଜଗନ୍ନାଥ ସିଂହାରୀ ପ୍ରମୁଖ ସହଯୋଗ କରିଥିଲେ I ପ୍ରକାଶଥାଉକି, ଏହି ଦ୍ଵିଦିବସୀୟ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତିନିଶହ ଶିଶୁ କଳାକାର ଯୋଗ ଦେଇଛନ୍ତି II

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ