ରାମନାଗୁଡା ବିଜେପି ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ରାମନାଗୁଡା(ସଞ୍ଜିବ କୁମାର ଦାସ)ରାୟଗଡା ଜିଲ୍ଲା ରାମନାଗୁଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁସୂଚିତ ଜାତି , ଜନଜାତି , ସଂଖ୍ୟାଲଘୁ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁସୂଚିତ ଜାତି ଓ ଜନଜାତି ତଥା ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହିତ ଦଳୀୟ ବିଷୟରେ ଆଲୋଚନା କରି ନୂତନ ଭାବେ ଭାଜପା ନିମନ୍ତେ ମାନ୍ୟବର ମନ୍ତ୍ରୀ ସଦସ୍ୟତା ଗ୍ରହଣ କରାଇ ଥିଲେ।ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାମନାଗୁଡା ଭାଜପା ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମୋହର ମାରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହେବା ସହିତ ଅନେକ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବା ବେଳେ ଗତ କିଛି ଦିନ ତଳେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ଜରୀ ବିଶେଷଜ୍ଞ ଅଭିଷେକ ପଟ୍ଟନାୟକ ଙ୍କୁ ଅବସ୍ଥାପିତ କରିବା ପାଇଁ ରାମନାଗୁଡା ଭାଜପା ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ସେହିପରି ରାମନାଗୁଡା ବ୍ଲକରେ ବେକାରୀ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଚାକିରୀ ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ଵାରା ଦାବି ପତ୍ର ଦିଆ ଯାଇଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତର୍ଗତ ରୁଗୁଡୁବାଇ ଗ୍ରାମରେ ଏକ ଶହ ଶଯ୍ୟା ବିଶିଷ୍ଟ ବାଳକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ,ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ହିନ୍ଦୀ ଶିକ୍ଷକ, ସଂସ୍କୃତ ଶିକ୍ଷକ, କ୍ରୀଡା ଶିକ୍ଷକ,ବୃତ୍ତିଗତ ଶିକ୍ଷକ,କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସମେତ ସୁଣ୍ଡିଧାମୁଣି ସରପଞ୍ଚ ଦାବି ପତ୍ର ପ୍ରଦାନ କରିଥିଲେ।ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଦ୍ୟାଧର ଶବର,ରାମନାଗୁଡା ମଣ୍ଡଳ ସଭାପତି ଚିନ୍ନା କଣ୍ଡାଗରୀ, ସଞ୍ଜୀବ ଦାଶ,ଶିବ ପ୍ରସାଦ ବ୍ରହ୍ମା,ସେଖ ସାଲିମ,ଶ୍ରୀନିବାସ ପଣ୍ଡା, ଅମିତ ମହାରଣା, ଆଶିଷ ବେହେରା, ସୁଣ୍ଡିଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା,ପ୍ରତାପ କାଡ୍ରାକା ସୁଧୀର, ରାଜେଶ,ବସନ୍ତ ଉଲ୍ଲାକା, କିଶୋର ବେହେରା,ଗଙ୍ଗା,ରାଜା ଙ୍କ ସମେତ ସମସ୍ତ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।