September 26, 2026

କଳ୍ପତରୁ ସେବା ଆଶ୍ରମରେ ସ୍ୱତନ୍ତ୍ର ଚିକିତ୍ସା ଶିବିର 

IMG-20260926-WA0047
Share

 

 

ସମ୍ବଲପୁର, ୨୬. ୦୯:ସ୍ଥାନୀୟ ‘କଳ୍ପତରୁ ସେବା ଆଶ୍ରମ’ ପରିସରରେ ନେସନାଲ୍ ମେଡିକୋସ୍ ଅର୍ଗାନାଇଜେସନ୍ (ନମୋ)ର ଭୀମାସାର ଶାଖା ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ନମୋ ର ମୂଳ ଆଦର୍ଶ “ସ୍ୱାସ୍ଥ୍ୟ ସେବା ସେ ରାଷ୍ଟ୍ର ସେବା”କୁ ପାଥେୟ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶ୍ରମର ଅନ୍ତେବାସୀ ପିଲା ଏବଂ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ମାଗଣାରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।ଏହି ସ୍ୱେଚ୍ଛାସେବୀ ଶିବିରକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏନଏମଓ ଓଡ଼ିଶାର ସଂଗଠନ ମନ୍ତ୍ରୀ ଡାକ୍ତର ସଞ୍ଜୀବ କୁମାର ମିଶ୍ର, ଭିମସାର୍ ଏନଏମଓ କାର୍ଯ୍ୟାଳୟ ସମ୍ପାଦକ ଡାକ୍ତର ରଞ୍ଜନ କୁଜୁର, କୋଷାଧ୍ୟକ୍ଷ ଡାକ୍ତର ରୋହନ କୁମାର ନାୟକ ଏବଂ ବିଦ୍ୟାର୍ଥୀ ପ୍ରମୁଖ ଶୁଭମ୍ ନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିଥିଲେ। ଭିମସାର୍ ର ବିଶେଷଜ୍ଞ ଡାକ୍ତର ଏବଂ ମେଡିକାଲ ଛାତ୍ରଙ୍କୁ ନେଇ ଗଠିତ ଏହିଁ ଦଳ ଶିବିରରେ ସମସ୍ତ ଅନ୍ତେବାସୀଙ୍କର ପୁଙ୍ଖାନୁପୁଙ୍ଖ ଶାରୀରିକ ପରୀକ୍ଷା କରିଥିଲେ। ବର୍ତ୍ତମାନର ପାଣିପାଗକୁ ଦୃଷ୍ଟିରେ ରଖି ମୁଖ୍ୟତଃ ମୌସୁମୀ ଜନିତ ସଂକ୍ରମଣ, ଶିଶୁମାନଙ୍କଠାରେ ପୁଷ୍ଟିହୀନତା ଏବଂ ଶାରୀରିକ ବିକାଶ ଜନିତ ବିଭିନ୍ନ ସମସ୍ୟା ଉପରେ ଏହି ଶିବିରରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଡାକ୍ତରୀ ଦଳ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବା ସହ ସମସ୍ତଙ୍କୁ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଔଷଧ ବିଷୟରେ ସଚେତନ କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟତୀତ, ଯୁବପିଢ଼ିଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବ୍ୟକ୍ତିଗତ ପରିଚ୍ଛନ୍ନତା ରକ୍ଷା କରିବା, ହାତ ଧୋଇବାର ସଠିକ୍ ପଦ୍ଧତି ଏବଂ ନିରାପଦ ସ୍ୱଚ୍ଛତା ବ୍ୟବସ୍ଥା ଆଦି ଦୀର୍ଘସ୍ଥାୟୀ ସୁସ୍ଥ ଅଭ୍ୟାସ ସମ୍ପର୍କରେ ଉପସ୍ଥିତ ଯୁବକଯୁବତୀମାନଙ୍କୁ ପ୍ରେରିତ କରାଯାଇଥିଲା। ଆଶ୍ରମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନସାଧାରଣ ଏନଏମଓ ଭିମସାର୍ ଶାଖାର ଏହି ମାନବୀୟ ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।