September 29, 2024

ପାରାଦୀପ ଫାର୍ମାସୀ କଲେଜରେ ବିଶ୍ଵଭେଷଜ ଦିବସ ପାଳନ   

Share

 

ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ତେନ୍ତୁଳି ପଦା, କୁଳୁସାହି ସ୍ଥିତ, ପାରାଦୀପ ଫାର୍ମାସୀ କଲେଜ ର ସଭାଗୃହ ରେ ଗତ ୨୫ ତାରିଖ ବୁଧବାର ଦିନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଶ୍ଵ ଭେଷଜଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମୂଖ୍ୟଅତିଥି ଭାବେ ଯୋଗଦେଇ, ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ଭେଷଜ ବିଜ୍ଞାନର ଭୂମିକା ଓ ଅବଦାନ ବାସ୍ତବିକ ଅଭିନନ୍ଦନିୟ ଓ ପ୍ରଂଶସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ପାରାଦୀପ ଫାର୍ମାସୀ କଲେଜ, ଆମ ଜିଲ୍ଲାର ସର୍ବପ୍ରଥମ ଓ ସର୍ବଶ୍ରେଷ୍ଠ ର ମାନ୍ୟତା ପାଇଥିବା ବେଳେ, ଏଠାରୁ ଉତ୍ତୀର୍ଣ୍ଣ ହୋଇଯାଇଥିବା ଛାତ୍ର ଛାତ୍ରୀ, ବିଭିନ୍ନ ସ୍ଥାନରେ କର୍ମ ନିଯୁକ୍ତି ପାଇ , ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ସହିତ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଜ ନିଜକୁ ନିୟୋଜିତ କରି ଧନ୍ୟ ହୋଇଛନ୍ତି। ସମ୍ମାନିତ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ କାନୁନଗୋ, ଉପାଧ୍ୟକ୍ଷ ନିଶିକାନ୍ତ ମିଶ୍ର , କାର୍ଯ୍ୟକାରୀ ଅଧ୍ୟକ୍ଷ ଦୀପକ କୁମାର ସାହୁ , ଅଧ୍ୟାପକ ସନ୍ତୋଷ କାନୁନଗୋ, ଅଧ୍ୟାପକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଶିବାଶିଷ ବାରିକ ପ୍ରମୁଖ, ସ୍ବାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ, ଫାର୍ମାସିଷ୍ଟ ମାନଙ୍କର କର୍ତ୍ତବ୍ୟବୋଧ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରି,ଏହାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ରେ କୃତିତ୍ଵ ଅର୍ଜ୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ନିରୂପମା ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !