September 29, 2024

PRIDE OF INDIA ପ୍ରତିଯୋଗିତାରେ miss ten odisa winner ଜୟନ୍ତୀ ସାହୁ l 

Share

 

 

ବରଗଡ : (ଜୟନ୍ତ କୁମାର ସେଠ) ଝିଅ ମାନେ କୌଣସି କ୍ଷେତ୍ର ରେ କମ ନୁହେଁ ଏହା ପ୍ରମାଣ କରି ଦେଖାଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ର ଝିଅ ଜୟନ୍ତୀ ସାହୁ l ଗତ ସେପ୍ଟମ୍ବର 25ତାରିଖରେ ଦିଲ୍ଳୀରେ ଆୟୋଜିତ pride of india ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି miss ten odisa winner ରେ ପଦକ ଜିତି ସମ୍ମାନିତ ହୋଇଛନି l ଶ୍ରୀଯୁକ୍ତ ତୁଷାର ସାହୁ ଓ ଶ୍ରୀମତୀ ହେମଲତା ସାହୁ ଙ୍କ ଝିଅ ଜୟନ୍ତୀ ବୈଦିକ ହାଇଅର ସେକେଣ୍ଡରୀ ସ୍କୁଲ ର +2କଳା ଛାତ୍ରୀ l ଜୟନ୍ତୀ miss ten odisa winner ଉତ୍ତୀନ୍ନ ହେଲା ପରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ଵିଶେଷ ତରଫରୁ ପ୍ରଶଂସା ର ସୁଅ ଛୁଟିଛି l ଜୟନ୍ତୀ ଆମ ଅଞ୍ଚଳ ତଥା ଓଡିଶା ପାଇଁ ଗର୍ବ ଆଉ ଗୌରବ ଅଣିଥିବାରୁ ଝାରବନ୍ଧ ଅଞ୍ଚଳ ରେ ଖୁସି ର ଲହର ଖେଳିଯାଇଛି l