September 29, 2024

ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ଵ ଫାର୍ମାସୀ ଦିବସ ପାଳିତ ।

Share

 

 

ରାୟଗଡା : ବିଶ୍ଵ ଫାର୍ମାସୀ ଦିବସ ପାଳନ ଅବସରରେ ସ୍ଥାନୀୟ ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରା ରାୟଗଡ଼ା ସିଆରପିଏଫ୍ ୪ର୍ଥ ବାଟାଲିୟନ ସେକେଣ୍ଡ କମାଣ୍ଡର୍ ପ୍ରଭାକର ଉପାଧ୍ୟାୟା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଉକ୍ତ ଶୋଭାଯାତ୍ରାରେ ଶିକ୍ଷାର୍ଥୀ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବାର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ଜିସିଡି ପଡ଼ିଆ ଠାରେ ପହଞ୍ଚିଥିଲେ । ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୂରଷିତ ଉପଚାର କରିବା, ନିଜେ ସ୍ଵଚ୍ଛ ରହିବା ସହ ନିଜ ଚତ୍ରୁପାର୍ଶ୍ଵ କୁ ସଫା ରଖିବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ସହର ପରିକ୍ରମା କରିଛନ୍ତି। ଏହି ଅବସରରେ ଶିକ୍ଷାନୁଷ୍ଠାନ ନିର୍ଦ୍ଧେଶକ ଡ଼ଃ.ରାଜେଶ କୁମାର ପାଢୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ସହଯୋଗ ଓ ସେବା ଭାବନା ନେଇ କାର୍ଯ୍ୟରତ ଫର୍ମାସୀଷ୍ଟମାନେ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ବୈଷୟିକ ଯାନ୍ତ୍ରିକ ଉପକରଣ ପରିଚାଳନା, ରୋଗୀସେବା ତଥା ଟୀକା କରଣରେ ସାମିଲ ହୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜାଗ୍ରତ ପ୍ରହରୀ ସାଜିଛନ୍ତି। ସେମାନେ ଦେଶ ତଥା ରାଜ୍ୟର ସ୍ୱାସ୍ଥ୍ୟସେବା ମେରୁଦଣ୍ଡ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ଯକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଗୋପାଳକ୍ରିଷ୍ଣା ପାଢ଼ୀ, ଲାଡି ଅଲିକ କୁମାର, ଅଭିନାଶ ପାତ୍ର, ହରଗୌରି ମିଶ୍ର, ଶ୍ୟାମସୁନ୍ଦର ସାହୁ, ପଳିଶ୍ରୀ ଗୁପ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ସାଇଲେଜା ସାହୁ, ଜି.ଶିବାନୀ, କାମିନୀ ସେଠୀ, ଭରତ ଭୂଷଣ ସାହୁ, ରୂପ ରଞ୍ଜନ ରଥ, ଦୀପଙ୍କର ରଥ, ୱି.ଭି.ଭି.ଯୋଗେନ୍ଦ୍ରଙ୍କ ସମେତ ସମସ୍ତ ଫାର୍ମାସୀ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ