March 12, 2026

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ସୋନପୁର ଡି.ଏନ.କେ ଗ୍ରାମରେ ଓଡ଼ିଶା ଏବଂ ଛତିଶଗଡ଼ର ବନ ବିଭାଗ ତରଫରୁ ଚଢ଼ଉ କରା ଯାଇଛି…………..

IMG-20250826-WA0028
Share

 

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ସୂଚନା ଅନୁଯାୟୀ, ସୋନପୁର ଡି.ଏନ.କେ. ଗ୍ରାମରେ କିଛି ଲୋକ କାଠ ବ୍ୟବସାୟ କରୁଥିବାରୁ ସେମାନଙ୍କ ଘରୁ ବହୁତ ପରିମାଣର ସାଗୱାନ କାଠର ପଟ୍ଟା, ସହ କାଠ ତିଆରି ସାମଗ୍ରୀ ଜବତ କରାଯାଇଛି। ଏହାର ଅନୁମାନିତ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବାର ଅନୁମାନ କରାଯାଇଛି। ଏହି କାର୍ଯ୍ୟରେ ଛତ୍ତିଶଗଡ଼ ଉଦନ୍ତି ଡି ଏଫ ଓ ଙ୍କ ସହିତ ଚିତାନଦୀ ରେଞ୍ଜ. ଫରେଶଗାଓ ରେଞ୍ଜ. ଓ ଉଦନ୍ତି ରେଞ୍ଜ.ଉମରକୋଟ. ରାଇଘର ବନକର୍ମୀମାନେ ସକ୍ରିୟ ଭାବରେ ଅଭିଯାନରେ ଯୋଗଦେଇଥିଲେ। ବନବିଭାଗ ପକ୍ଷରୁ ବର୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାର ଦେଖିବାକୁ ମିଳିଛି, ଅବୈଧ କାଠ ଚୋରାଚାଳାନ ବିରୋଧରେ ଏହି ପ୍ରକାର ଅଭିଯାନ ଆଗରୁ ଆହୁରି ଜାରି ରହିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି।