November 15, 2024

ମୈତ୍ରୀ ଇନ୍ଫରାଷ୍ଟ୍ରକ୍ଚର ସହାୟତା ରେ ସତ୍ୟସାଇ ବାବା ସମିତି ଅନକୂଲ୍ୟ ରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ବସ ଉଦଘାଟିତ।

Share

 

 

ରାୟଗଡା : ମୈତ୍ରୀ ଇନ୍ଫରାଷ୍ଟ୍ରକ୍ତଚର ଓ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସହଯୋଗ ରେ ରାୟଗଡା ସହରର ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିର ସମିତି ପକ୍ଷରୁ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ବସ ରାୟଗଡା ଜ଼ିଲ୍ଲା ରେ ପ୍ରଥମ ଥର ଉଦଘାଟିତ ହୋଇଯାଇଛି। ରାୟଗଡା ଜିଲ୍ଲାର ଆଦିବାସୀ ଅଞ୍ଚଳରେ ରେ ସ୍ୱାସ୍ଥ୍ୟ ସେବା ର ଉନ୍ନତି ପାଇଁ ଏକ ଫାର୍ମାସି ସହିତ ଚକ୍ଷୁ ଚିକିତ୍ସା, ଦନ୍ତ ଏବଂ ପାଥୋଲୋଜି ୟୁନିଟ୍ ଥିବା ମୋବାଇଲ୍ ହସ୍ପିଟାଲ୍ ବସ୍ ମାଧ୍ୟମରେ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟଯେ ଆନ୍ଧ୍ରପ୍ରଦେଶ ରେ ଫେବୃଆରୀ 8 ରେ ପ୍ରସନ୍ନ ନୀଲୟାମ ରେ ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କ ଡିଭାଇନ୍ ଲୋଟସ୍ ପାଦରେ ଏହି ବସ୍ ପ୍ରଦାନ କରାଯାଇଥିଲା। ସମସ୍ତ ସରକାରୀ ନୀତି ନିୟମ ଆଇନଗତ ଅନୁମତି ପାଇବା ପରେ,ଆଜି ଭ୍ରମ୍ୟମାଣ ସ୍ୱାସ୍ଥ୍ୟ ସେବା ବସ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହା ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ରେ ବହୁ ସମ୍ମାନିତ ଅତିଥିମାନେ ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ ରାୟଗଡା ଶ୍ରୀମତୀ ପାରୁଲ ପାଟୱାରୀ, ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଇ ଭ୍ରମ୍ୟମାଣ ଆମ୍ବୁଲାନ୍ସ ବସ ସେବା ର ଶୁଭ ଉଦ୍ଧଘାଟନ କରିଥିଲେ l ଅନ୍ୟ ସମ୍ମାନିତ ଅତିଥି ଭାବେ

ଶ୍ରୀ ହରିଶ ବି.ସି., ଆଇପିଏସ୍, ପୋଲିସ ଅଧୀକ୍ଷକ, ରାୟାଗଡା | ଏ ଶ୍ରୀନିବାସ ଏକଜୁକୁଟିଭ ନିର୍ଦେଶକ ମୈତ୍ରୀ ଇନ୍ଫରାଷ୍ଟ୍ରକ୍ଚର ଓ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼,ଶ୍ରୀକୃଷ୍ଣ କିଶୋର ଜେ, ଆଇଆରଏସ, ଆୟକର ମୁଖ୍ୟ କମିଶନର, କର୍ଣ୍ଣାଟକ ଏବଂ ଗୋଆ (ଅବସର), ଡ଼ଃ. ପି କେ. ଦାଶ, ନିର୍ଦ୍ଦେଶକ, କାର୍ଡିଓଲୋଜି, କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱର | ଶ୍ରୀ ଟି ଶ୍ରୀନିବାସା ରାଓ, ଚେୟାରମ୍ୟାନ୍, ପୁରାଣ ଭିତ୍ତିଭୂମି ଏବଂ ଖଣି ଇଣ୍ଡିଆ ପ୍ରା। ଲିମିଟେଡ୍, ଶ୍ରୀ ନାରାୟଣ ପ୍ରସାଦ ସର, ରାଷ୍ଟ୍ରପତି, ପୂର୍ବ ଜୋନ୍, ଶ୍ରୀ ସାଥୀ ସାଇ ସେବା ସଂଗଠନ, ଭାରତ। ଉପସ୍ଥିତ ରହିଥିଲେ। ମୈତ୍ରୀ ଇନ୍ଫରାଷ୍ଟ୍ରକ୍ଚର ର ଏକଜୁକୁଟିଭ ଡାଇରେକ୍ଟର ଏ ସତ୍ୟନାରାୟଣ ନିଜ ବକ୍ତବ୍ୟ ରେ କହିଥିଲେ ଜେ ରାୟଗଡା ଜ଼ିଲ୍ଲା ରେ ସ୍ୱାସ୍ଥ୍ୟ ସେବାରେ ଏହି ଭ୍ରମୟମାଣ ସ୍ୱାସ୍ଥ୍ୟ ସେବା ବସ ବେଶ ସହାୟକ ହେବ l ଆମେ ସବୁବେଳେ ରାୟଗଡା ଜ଼ିଲ୍ଲା ର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସେବା କରିବା ନିମନ୍ତେ ସଦାସର୍ବଦା ବଧ ପରୀକର l କାଶୀପୁର ବ୍ଲକ ର ଜନସାଧାରଣ ଙ୍କୁ ସେବା ଯୋଗାଇବା ଦେବା ନିମନ୍ତେ ସବୁ ସମୟରେ କାମକରିଆସୁଛୁ l ଏହି ଭ୍ରମ୍ୟମାଣ ଆମ୍ବୁଲାନ୍ସ ବସ ସେବା ଜନସାଧାରଣ ବେଶ ଉପକୃତ ହେବେ ବୋଲି ସତ୍ୟନାରାୟଣ କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

|