March 10, 2026

ମାନବାଧିକାର ଏବଂ ନାଗରିକର କର୍ତ୍ତବ୍ୟବୋଧ ଉପରେ କର୍ମଶାଳା

IMG-20250726-WA0038
Share

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ଙ୍କ ସଭାପତିତ୍ୱ ରେ ପିଲାମାନଙ୍କର ନାଗରିକ ବିଜ୍ଞାନ ପାଠ୍ୟକ୍ରମ ଅନ୍ତର୍ଗତ ”ନାଗରିକର ବିଭିନ୍ନ ପ୍ରକାର ଅଧିକାର, ମାନବାଧିକାର ଏବଂ କର୍ତ୍ତବ୍ୟବୋଧ” ଉପରେ ଏକ ପ୍ରାସଙ୍ଗିକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବରଗଡ଼ ର ବରିଷ୍ଠ ଆଇନଜୀବୀ କିରଣ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l

ଭାରତ ର ସମ୍ବିଧାନ ରେ ଉଲ୍ଲେଖ ଥିବା ସାମ୍ବିଧାନିକ ମୌଳିକ ଅଧିକାର ଉପରେ ଶ୍ରୀ ମିଶ୍ର ପିଲାମାନଙ୍କୁ ବୁଝାଇଥିଲେ l ଭାରତ ର ସମ୍ବିଧାନ ରେ ଉଲ୍ଲେଖ ଥିବl “ମାନବାଧିକାର” ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ l “ମାନବାଧିକାର “ବଳରେ ଆଇନ ର ଆଶ୍ରୟ ନେଇ ନିଜକୁ କିପରି ସୁରକ୍ଷିତ ରଖି ପାରିବା ସେ ବିଷୟରେ ପିଲାମାନଙ୍କୁ ସଚେତନ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜର୍ଜ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ଅଜ୍ଞାନତା ବଶତଃ ମଣିଷ ତା’ର ମାନବାଧିକାର ରୁ ବଞ୍ଚିତ ହେଉଥିବା କଥା ଉଲ୍ଲେଖ କରିଥିଲେ । ଶିକ୍ଷକ ହରିଶ ପାତ୍ର, ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ପ୍ରଧାନ , ମମତା ବିଶି ଓ ସୁରେଖା ସାହୁ ସକ୍ରିୟ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ସଭାପତିତ୍ବ ଅଭିବ୍ୟକ୍ତି ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତି ଶୁକ୍ରବାର ଦିନ ଏକ ଶିକ୍ଷଣୀୟ ବିଷୟ ଉପରେ କେବଳ ଜର୍ଜ ହାଇସ୍କୁଲ ରେ ଏହିପରି କର୍ମଶାଳା ହୋଇଥାଏ !