March 11, 2026

ଶହୀଦ ସ୍ମୃତିପୀଠରେ କାରଗିଲ୍ ବିଜୟ ଦିବସ ପାଳିତ 

IMG-20250726-WA0036
Share

 

ବୁଗୁଡ଼ା : ତା ୨୬/୦୭/୨୫ : ସ୍ଥାନୀୟ କାରଗିଲ୍ ଶହୀଦ ସ୍ମୃତିପୀଠରେ ସେବାନିବୃତ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ୨୬ତମ କାରଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ୧୯୯୯ କାରଗିଲ୍ ଯୁଦ୍ଧରେ ଶହୀଦ ହୋଇ ଦେଶମାତୃକା ପାଇଁ ବିଜୟ ଆଣିଥିବା ବୀର ଯବାନଙ୍କ ଅମର ଆତ୍ମାର ସଦଗତି ପାଇଁ ସାମୁହିକ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା । ସଂଘ ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ବିପ୍ର ଚରଣ ପାଣିଗ୍ରାହୀ ପରିଚାଳନା କରିଥିଲେ ଏବଂ ଏଥିରେ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ସହ-ସମ୍ପାଦକ ନିଳାଞ୍ଚଳ ଜେନା, ଚରଣ ପ୍ରଧାନ , ଦୁଃଖୀଶ୍ଯାମ ଜେନା ଓ ଗଙ୍ଗାଧର ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।