October 5, 2024

ଆମିଷ ବଜାର ବାସୁଗୁଡା ସ୍ଥାନାନ୍ତର କରିବା ପାଇଁ ଏନ ଏ ସି ଶୋଭାଗୃହରେ ବୈଠକ

Share

 

 

 

କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଆଜି ଆମିଷ ବଜାର କୁ ବସୁଗୁଡା ନୂତନ ବଜାରକୁ ସ୍ଥାନାନ୍ତର କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସୂଚନା ଅନୁଯାଇ ଜାତୀୟ ରାଜପଥ କଡ଼ରେ ଏହି ମାଂସ ଦୋକାନ ଗୁଡିକ ଥିବାରୁ ପଥ ଚାରି. ସ୍କୁଲ ପିଲା ଙ୍କ ଉପରେ ଏହାର କୁ ପ୍ରଭାବ କୁ ଦୃଷ୍ଟି ଆଗରେ ରଖି କୋଟପାଡ଼ ଜନ ସାଧାରଣ ଙ୍କ ପକ୍ଷ ରୁ ଏହି ବଜାର କୁ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସମୟ ରେ ବହୁ ବାର ଦାବୀ ହୋଇ ଆସୁଥିଲା. ତେଣୁ ସରକାର ଗୁରୁତର ବିଚାର କରି ବାସୁ ଗୁଡା ଠାରେ ନୂତନ ମାଂସ ବଜାର ନିର୍ମାଣ କରି ଛନ୍ତି. ଉଦଘାଟନ ପରେ ବାସୁ ଗୁଡା ରେ ଆମିଷ ବଜାର ଚାଲିଥିଲା. ହେଲେ କିଛି ମାସ ପରେ ଷ୍ଟଲ ଗୁଡିକ ରେ ପାଣି ଗଲିବା. ଦୂଷିତ ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବା ସହ ବ୍ୟବସାୟ ଠିକ ସେ ଚାଲୁ ନ ଥିବା ଆଳ ଦେଖାଇ ପୁଣି ଜାତୀୟ ରାଜ ପଥ କଡ଼ ରେ ମନ ଇଛା ଦୋକାନ ଆରମ୍ଭ ହେଲା. ପରେ ସେହି ବାସୁ ଗୁଡା ଠାରେ ଥିବା ଆମିଷ ବଜାର କୁ ମରାମତି କରାଯାଇ ସେ ଠାକୁ ସ୍ତାନାନ୍ତର କରିବା ପାଇଁ ବୈଠକ ରେ ନିଷ୍ପତି ହୋଇ ଥିବା ଜଣା ଯାଇଛି. ଏହି ବୈଠକ ରେ ଜୟପୁର ଉପ ଜ଼ିଲ୍ଲା ପାଳ ପ୍ରଭାତ ପରିଡା. ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ. ତହସିଲଦାର କିର୍ତ୍ତୀ ପ୍ରଧାନ. ବିଡ଼ିଓ ବିକ୍ରମ ଦୋରା ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତ ରେ ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ I ବୈଠକ ପରେ ଦମୟନ୍ତୀ ସାଗର ରେ ଚାଷୀ ଙ୍କ ସହ ଆଲୋଚନା. ଦେୱାନ ମୁଣ୍ଡା ର କାମ ତଦା ରଖ ଓ ନୂତନ ଆମିଷ ବଜାର କୁ ଯାଇ ପିରିଦର୍ଶନ କରି ଥିବାର ଜଣା ଯାଇଛି Iଅନ୍ୟ ମାନଙ୍କ ମଧ୍ୟ ରେ ବରିଷ୍ଠ ସହାୟକ ଗୋପୀ ମାଝୀ. ପରିଷଦ ଆଇନ ଜୀବି ପଙ୍କଜ ପାତ୍ର. ମହମ୍ମଦ ସେରୁ. ଆତୁ ଉଲା ଖାନ. ଚନ୍ଦନ ଭତରା,ମହମ୍ମଦ ଇକବାଲ,ଙ୍କ ସମେତ ସହର ର ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ Iଅଗଷ୍ଟ ଏକ ତାରିଖ ସୁଦ୍ଧା ବାସୁ ଗୁଡା ଠାରେ ଦୋକାନ ଖୋଳିବା ପାଇଁ ବୈଠକ ରେ ନିଷ୍ପତି ହୋଇଥିଲା ଏଥିରେ ଯେଉଁ ବ୍ୟବ ସାୟୀ ଖିଲାପ କରନ୍ତି ଜରିମାନା ଆଦାୟ ସହ ଆଇନ ଅନୁ ଯାଇ ଦଣ୍ଡିତ ହେବେ ବୋଲି ଏକ ନୋଟିସ ଜାରି କରା ଯାଇଛି ବୋଲି ପରିଷଦ କତ୍ରୁପକ୍ଷ ଙ୍କ ଦ୍ୱାରା ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା